Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Abstract Inspirational Others

3  

Amulya Kumar Panda

Abstract Inspirational Others

ସଭିଙ୍କ ପ୍ରିୟ କ୍ରିକେଟ

ସଭିଙ୍କ ପ୍ରିୟ କ୍ରିକେଟ

3 mins
13.6K


ସଭିଙ୍କ ପ୍ରିୟ କ୍ରିକେଟ ଖେଳ 

ଖେଳ ଭିତରେ ରାଜା 

ଯେଉଁ ଦେଶଟି ଜିତଇ ମ୍ୟାଚ୍ 

ଫୁଟାନ୍ତି ବାଣ ବାଜା ।

ଦୁଇ ଦେଶର ଭିତରେ ଚାଲେ 

ଟୋଣ୍ଟି , ଦିନିଆ , ଟେଷ୍ଟ୍ 

ଓଭର ନେଇ ଖେଳଟି ହୁଏ 

ମଝିରେ ଥାଏ ରେଷ୍ଟ୍ ।

ଗୋଟେ ଓଭର ଛଅଟି ବଲ୍ 

ଫିଲ୍-ଡିଂ ବାଲା କରେ 

ବ୍ୟାଟ୍-ସ୍ ମ୍ୟାନ୍ ବଲ୍ ମାରିଲେ 

ଫିଲ୍-ଡର୍ ଧାଇଁ ଧରେ ।

ଗଡିକି ବଲ୍ ସୀମା ଡେଇଁଲେ 

ହୁଅଇ ସିଏ ଚାରି 

ଛକାର ବଲ୍ ତଳେ ନ ପଡି 

ସୀମା କୁ ହୁଏ ପାରି ।

ବଲ୍ ରୁ ବ୍ୟାଟ୍ ବ୍ୟାଟ୍ ରୁ ବଲ୍ 

ଧରିଲେ ହୁଏ କ୍ୟାଚ୍ 

ଦି ଦଳ ରନ୍ ଏକା ହୋଇଲେ 

ଟାଇ ହୁଅଇ ମ୍ୟାଚ୍ ।

ବୋଲର ହାତୁ ସିଧାଟି ଯାଇ 

ଓ୍ବିକେଟ୍ ଯଦି ଛୁଏଁ 

ବୋଲ୍-ଡ୍ ହୋଇ ବ୍ୟାଟ୍-ସ୍ ମ୍ୟାନ୍ 

ଫେରେ ଆମ୍ବିଳା ମୁହେଁ ।

ପରିଚାଳନା କରନ୍ତି ଦୁଇ 

ଅମ୍ପ୍ୟାର ତାଙ୍କ ନାମ 

ନିୟମ ସହ ଆଉଟ୍ ରନ୍ 

ଦେବାଟି ତାଙ୍କ କାମ ।

ଗୋଟେ ଦଳରୁ ଅଧିକା ରନ୍ 

କରଇ ଯଦି ଆନ 

ଜିତିକି ସିଏ ଟ୍ରଫି ନିଅଇ 

ବଢଇ ତା'ର ମାନ । 

___________________________

ଅମୂଲ୍ୟ କୁମାର ପଣ୍ଡା

ଅରଙ୍ଗାବାଦ୍ , ବରୀ , ଯାଜପୁର


Rate this content
Log in

Similar oriya poem from Abstract