ସଭିଏଁ ସ୍ଵାକ୍ଷର ହେବେ
ସଭିଏଁ ସ୍ଵାକ୍ଷର ହେବେ
ନିରକ୍ଷର ହୋଇ ରହିବେନି କେହି
ସଭିଏଁ ସ୍ଵାକ୍ଷର ହେବେ
ଲଭି ସତଶିକ୍ଷା ହୋଇଣ ଶିକ୍ଷିତ
ଦେଶ ସୁରକ୍ଷା କରିବେ !
ସୁଶିକ୍ଷା ପାଇ ଶିଶୁ ବଡ଼ ହୋଇ
ଦେଶ ର ଟେକ ରଖିବେ
କିଏ ଅଫିସର ଡାକ୍ତର ମାଷ୍ଟର
ଯନ୍ତ୍ରୀ ଠୁ ମନ୍ତ୍ରୀ ହେବେ !
ଜ୍ଞାନବଳେ ଶିଶୁ ବୈଜ୍ଞାନିକ ହେବ
ହେବ ପୁଣି ସାହିତ୍ୟିକ
ଲୁକାୟିତ ତାର ଗୁଣ ଓ ଗାରିମା
ହେବ ଏକ ରୁ ଅନେକ !!
ଧନ ନୁହେଁ ବଡ଼ ଜ୍ଞାନହିଁ ସୁଦୃଢ
ଜ୍ଞାନ ଥିଲେ ଧନ ଆସେ
ଆଜି ଧନୀ ଯିଏ କାଲି କିଭିକାରି
ସାଧୁସନ୍ଥ ଏହା ଭାଷେ ¡¡
ସଂସାରରେ ଧନୀ ପାଏନାହିଁ ପୂଜା
ପୂଜ୍ୟ ପୂଜା ସଦା ଜ୍ଞାନୀ
ଜ୍ଞାନ ସହ ଧନ ନୁହେଁ ସମତୁଲ
ଜ୍ଞାନୀ ଜନ ସ୍ୱାଭିମାନୀ !!
ତେଣୁକରି ଆଜି କରୁଛି ଶପଥ
ଶିକ୍ଷକତା ମୁଁ କରିବି
ଶିଶୁଠାରେ ଭରି ସୁଗୁଣସୌରଭ
ଜଗତେ ଯଶ ରଖିବି !!
