STORYMIRROR

Manorama Mohanty

Abstract

2  

Manorama Mohanty

Abstract

ସଭିଏଁ ସ୍ଵାକ୍ଷର ହେବେ

ସଭିଏଁ ସ୍ଵାକ୍ଷର ହେବେ

1 min
165


ନିରକ୍ଷର ହୋଇ ରହିବେନି କେହି 

   ସଭିଏଁ ସ୍ଵାକ୍ଷର ହେବେ 

ଲଭି ସତଶିକ୍ଷା ହୋଇଣ ଶିକ୍ଷିତ 

    ଦେଶ ସୁରକ୍ଷା କରିବେ !


ସୁଶିକ୍ଷା ପାଇ ଶିଶୁ ବଡ଼ ହୋଇ 

    ଦେଶ ର ଟେକ ରଖିବେ

କିଏ ଅଫିସର ଡାକ୍ତର ମାଷ୍ଟର 

    ଯନ୍ତ୍ରୀ ଠୁ ମନ୍ତ୍ରୀ ହେବେ !


ଜ୍ଞାନବଳେ ଶିଶୁ ବୈଜ୍ଞାନିକ ହେବ 

    ହେବ ପୁଣି ସାହିତ୍ୟିକ 

ଲୁକାୟିତ ତାର ଗୁଣ ଓ ଗାରିମା 

     ହେବ ଏକ ରୁ ଅନେକ !!


ଧନ ନୁହେଁ ବଡ଼ ଜ୍ଞାନହିଁ ସୁଦୃଢ 

    ଜ୍ଞାନ ଥିଲେ ଧନ ଆସେ 

ଆଜି ଧନୀ ଯିଏ କାଲି କିଭିକାରି 

    ସାଧୁସନ୍ଥ ଏହା ଭାଷେ ¡¡


ସଂସାରରେ ଧନୀ ପାଏନାହିଁ ପୂଜା 

    ପୂଜ୍ୟ ପୂଜା ସଦା ଜ୍ଞାନୀ 

ଜ୍ଞାନ ସହ ଧନ ନୁହେଁ ସମତୁଲ 

    ଜ୍ଞାନୀ ଜନ ସ୍ୱାଭିମାନୀ !!


ତେଣୁକରି ଆଜି କରୁଛି ଶପଥ 

    ଶିକ୍ଷକତା ମୁଁ କରିବି 

ଶିଶୁଠାରେ ଭରି ସୁଗୁଣସୌରଭ 

    ଜଗତେ ଯଶ ରଖିବି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract