ସ୍ବାଧୀନତା ପାଇଁ ଓଡ଼ିଆ ପୁଅ
ସ୍ବାଧୀନତା ପାଇଁ ଓଡ଼ିଆ ପୁଅ
ଇତିହାସ ବୁକେ ରଚିଛି ସୁଖ୍ୟାତି
ସ୍ବାଧୀନତା ପାଇଁ ଓଡ଼ିଆ ପୁଅ
ଗୁଳି ଆଗେ ପଛେ ପତାଇଲା ଛାତି
ନଥିଲା ବାଜିର ଜୀବନ ମୋହ ।
ଜୟୀ ରାଜଗୁରୁ ଅମର କାହାଣୀ
ପାଇକ ବିଦ୍ରୋହ ଦିଏ ସୂଚାଇ
ବକ୍ସି, ବିର୍ସାମୁଣ୍ଡା, ଲକ୍ଷ୍ମଣ ନାଏକ
ବୀର ସୁରେନ୍ଦ୍ର ସାଏଙ୍କ ଲଢ଼େଇ ।
ସୁଭାଷଙ୍କ ନିରିଭୟ ପ୍ରତିଶ୍ରୁତି
ପ୍ୟାରୀମୋହନଙ୍କ ନିର୍ଭୀକ ଭାବ
ଉତ୍କଳୀୟ ପ୍ରାଣେ ଦେଇଅଛି ବୁଣି
ଆହା ! କି ତେଜୀୟାନ ଅନୁଭବ !
ଲାଗିଥିଲା କେତେ ବୀର ରକ୍ତ ଛିଟା
ଉତ୍କଳ ମାଆର କୋଳେ ସେ କାଳେ
ତାଙ୍କର ଗୌରବ ଆମର ଗରବ
ନଇଁ ଯାଏ ମଥା ଚରଣ ତଳେ ।
, 0, 0);">କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଗୋପବନ୍ଧୁ ଆଚାର୍ଯ୍ୟ ହରିହର
ମଧୁ, ମଧୁବାବୁ, ଫକୀରମୋହନ
କୁନ୍ତଳା କୁମାରୀ, ବୀରକିଶୋର ।
ଦେଶସେବୀ, କବି କବିତାଗାରରେ
ଜଗାଇ ହୃଦୟେ ସ୍ବଦେଶପ୍ରୀତି
ଲେଖି ଯାଇଛନ୍ତି ଚିରଦିନ ଲାଗି
ଉତ୍କଳୀୟ ପ୍ରାଣେ ଅଭୁଲା ସ୍ମୃତି ।
ପଛଘୁଞ୍ଚା ନାହିଁ ବୀରର ଜାତକେ
ଶିଖିଥିଲା ପରା ଓଡ଼ିଆ ପୁଅ
ହୃତ ସ୍ବାଧୀନତା ଫେରି ପାଇବାରେ
ନଥିଲା ବି ମନେ ମୃତ୍ୟୁର ଭୟ ।
ତ୍ରିରଙ୍ଗା ଉଡ଼ଇ ଫରଫର ଆଜି
ତା’ ଭିତରେ ସତେ ସକଳ ମୁହଁ
ଦିଶଇ ଉଜ୍ଜ୍ବଳି ସ୍ମୃତିଗାଥା ଭାଳି
ଦେଶପ୍ରୀତି ନବ ସୂରୁଜୋଦୟ !
କୁରୁଆଁ, ମୁଗପାଳ, ଯାଜପୁର