STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସାତଟଙ୍କିଆ‌ ସାତପୁରି‌

ସାତଟଙ୍କିଆ‌ ସାତପୁରି‌

2 mins
339


ଆମ ଛକର‌ ରମେଶ ସାହୁ

  ଦୋକାନ ଖୋଲିଅଛି,

ଗୋଟିଏ ସାତପୁରିକୁ ସାତ

   ଟଙ୍କାରେ ବିକୁଅଛି‌।

ଆସିଛି ସାତପୁରି ଅମାବାସ୍ଯା‌

   ଖାଇବୁ ସାତପୁରି,

ଆମେ ଯେତେକ ରମା ଦାଦିର

   ଗରାଖି ଗଲୁ ଘେରି‌।

ପରିଡାବାବୁ‌,ଶବର ଭାଇ

   ପହଲି,ଚ‌ଇତନ,

ରବିନନା ଓ ପଦିଆନନା

   ଯେତେ ଗରାଖି‌ ଜାଣ।

କଥା ଛିଡିଲା‌ ନିଲାମ ହେଲା

   ସମସ୍ତ ସାତପୁରି‌,

ପ୍ରତି ଗୋଟାକୁ ପାଞ୍ଚ ଟଙ୍କାରେ 

   ଖାଇଲୁ ବାଣ୍ଟିକରି‌।

ଖାଉଛୁ‌ ହେଲେ ସେ ସାତପୁରି

   ଦାନ୍ତରେ କୋଉ ଛିଡେ,

ଧନ୍ୟ ହେ ରମା କେମିତି ଜନ୍ମ

   ହେଲୁ ଗୁଡିଆ‌ ଘରେ ।

ଭଲ ରକମେ‌ ଚା'କରିବା

   ଏ ଯାଏ ଶିଖିଲାନି,

ଚ‌ଅପ୍‌ ବରା‌ ପିଆଜୀ ଦିନେ‌

   ତେଲରେ‌ ଛାଣିଲାନି‌।

ତେଲ ଭାଜି ସେ ଏକା କରୁଛି 

   ଆମରି ବଜାରରେ,

ଅଧ ଲିଟର ତେଲରେ ତାର

   ସମସ୍ତ କାମ ଚଳେ।

ହେଲେ ସେ କିନ୍ତୁ ସରଳ ଅତି

   ନିର୍ମାୟା ସାଧାସିଧା,

କେତେକ ଖାଇ ଚାଲି ଯାଆନ୍ତି

   ଦିଏନା କାରେ‌ ବାଧା‌।

ଚା'ଗିଲାସେ‌ ଦୁଇ ଟଙ୍କାରେ

   ଟଙ୍କାରେ ଚପ୍‌ ବରା‌,

ଏମିତି ଶସ୍ତା କେଉଁଠି ନାହିଁ

   ଦେଖ ଦୁନିଆଁ ସାରା‌।

ତା' ଚା'ଆଞ୍ଚ ତାର କେବିନ୍

   ଦେଖିଲେ ଆସେ ଦୟା‌,

ବେପାର ନୁହେଁ ଖେଳିବା ପାଇଁ

   ସଞ୍ଜୁଆ‌ ଆସେ ଯାହା।

ଗପ ପ୍ରବଳ କାମ ଦୁର୍ବଳ

   ଭାଷଣ ଜୋର୍ ଦିଏ,

ସମସ୍ତେ ତାକୁ କରନ୍ତି ଥଟ୍ଟା

   ସିଏ ବୁଝି ନ ଥାଏ।

ସେଥିରେ ପୁଣି ଓ୍ଵାର୍ଡ ମେମ୍ବର

   ହେବାକୁ ମନ ତାର,

ଚାରି ପାଞ୍ଚୋଟି ଭୋଅଟ‌ ପାଇ

   ହାରିଛି‌ ଗତଥର।

ଆଗକୁ ପୁଣି ଲଢିବ ସିଏ

  ସାରିବ ଟଙ୍କା କିଛି,

ଯେତେ କହିଲେ ବୁଝିବ ନାହିଁ

   ଯିଦି ସେ ଧରିଅଛି।

ଦୁନିଆଁ କଥା ପାରେନା ଜାଣି

   ସତେ କି କୂଅ ବେଙ୍ଗ,

ଅଧା କାହାଣୀ କରି‌ ବଖାଣି

   କଥାରେ ବୋଳେ‌ ରଙ୍ଗ।

ସେଇଥି ପାଇଁ ତା' ଦୋକାନେ

   ଆମର ଚା'ଖଟି‌,

ସଞ୍ଜବେଳିଆ ରମା ପାଖରେ

   ସମୟ ଯାଏ ବିତି।

କାଦୁଆ ପାଖେ ଭିଡ଼ ଜମୁଛି

   ରମା ପାଖରେ କାହିଁ,

ଗରାଖି ମନ ବୁଝିବା ଶକ୍ତି

   ଯେଣୁ ତା'ପାଖେ ନାହିଁ।

ଏଡିକି‌ ରମା ଟକଳାଟାଏ‌

   ଚପ୍‌ ବିକିଲା ବେଳେ,

ନିଜ ପାଟିରେ ପକେଇ ଦେଇ

   ଡହଁରା ଭଳି ଗିଳେ।

ଶହେ ଟଙ୍କାରେ ବେପାର ହେଲେ

   ଟଙ୍କା କୋଡ଼ିଏ ପାଏ,

ବେଶୀ ଦିନରେ ଚ‌ଅପ‌ ବଳେ 

   ଘରକୁ ନେଇ ଯାଏ।

ବାଲ୍ଟିଏ‌ ପାଣି ପ୍ରତ୍ୟହ ଆଣି

   ସମସ୍ତ କାମ କରେ,

ଶେଷରେ ସେହି ପାଣି ଅଧରେ

   ଡେକିଚି‌ ଧୂଆ ସାରେ।

ମୁଢ଼ି ଦି'ଟା ଭଲ ତାହାର 

    ଖୁଡି ମୋ ଭାଜି ଥାଏ,

ମୁଢି ଖାଇବା ପାଇଁ ଆମର

    ମନଟା‌ ବଳୁଥାଏ।

ଚଗଲା ଦାଦି ହୁରିଆ ଭାଇ

    ଡମ୍ଵରୁ ଟିମ ଯେତେ,

ଶହେ ଦୋକାନୀ ଭିତରୁ ଆମ

    ରମାଦାଦିଟି ଗୋଟେ।

ଏମିତି ଲୋକ ଦୁନିଆଁ ସାରା

    ଖୋଜିଲେ ମିଳେ ନାହିଁ,

ଖୁଡି କଥାରେ ଉଠାବସା‌ ସେ

    ନିଇତି ହେଉଥାଇ।

ଖୁଡି ମୋହର ଚେମେଣି‌ ଖାଡି‌

   ରଢି‌ ତା' ଘଡ଼ଘଡ଼ି,

ଭୁଉଡ୍‌ଟାଏ ଶୁଣି ଦାଦିର

   ହୋଅସ‌ ଯାଏ ଉଡ଼ି।

ସାତଟଙ୍କିଆ ସାତପୁରି ମୁଁ

   ଶୀର୍ଷକ ନାଆଁ ଦେଇ,

ରମେଶ ସାହୁ ଗୀତ ଲେଖିଲି

   ଦୋଷ ଧରିବ ନାହିଁ।

ଆମ ଗାଆଁର ସମ୍ପ୍ରତି ଚିତ୍ର

   କହିଲି ଠିକେ‌ ଠିକେ‌,

ରମାଦାଦିର ଶସ୍ତା ଗରାଖି‌ 

   ଭିତରୁ ମୁହିଁ ଗୋଟେ‌। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy