ସାଙ୍ଗ
ସାଙ୍ଗ
ପଛ ପଟୁ ଆସି ଆଖି ମୁଜିଦେଲେ
ପିଠିକୁ ବାଡେଇ ଦେଲେ
ଜୋରରେ ଡାକିକି ଜାବୁଡି ନିଏସେ
ହସିଦିଏ ଦେଖାହେଲେ ।
ମୁଂହ ଦେଖିସିଏ ମନ ବୁଝିନିଏ
ନଡାକିଲେ ଆସିଯାଏ
ଦୁଖୀ ମୁଂହ ଦେଖି ରାଗିଯାଇ କହେ
ମୁଁ ମରିନି ଏବେ ଯାଏଁ ।
ମିଶି ଲେ ସାଙ୍ଗଙ୍କୁ ପୁରୁଣା ଦିନର
କଥା ସବୁ ମନେ ପଡେ
କେବେ ହସ ଲାଗେ କେବେ ରାଗ ଲାଗେ
କେବେ ମୋର ଆଖି ଭରେ ।
ଫେରିବନି କେବେ ଆଉସେ ସମୟ
ଫେରିବନି ଗଲା ଦିନ
ସ୍ମୃତି ଖାଲି ଫେରେ ସାଙ୍ଗଙ୍କ ସାଥିରେ
ହାଲୁକା କରେ ମୋ ମନ ।
