STORYMIRROR

Sukanta Mohapatra

Inspirational

2  

Sukanta Mohapatra

Inspirational

ସାକୀ-୨

ସାକୀ-୨

1 min
14K


ସାକୀ, ସେପଟେ ମନ୍ଦିର ଘଣ୍ଟା ର ଶବ୍ଦ,

ଏପଟେ ଡାକେ ମଧୁଶାଳାର ନୁପୁର |

ସେପଟେ ଭକ୍ତି ନାମରେ

ଭୟ ଆଉ ମୋହର ପ୍ରବଂଚନା,

ଏପଟେ ଏ ଅମାନିଆ ମନର

ନିଚ୍ଛକ ନଗ୍ନ କାମନା |

ସେପଟେ ଆଉ ଟିକେ ବଂଚିବାର ମୋହ,

ଏପଟେ ଭୁଲାଯାଏ ବଂଚିବାର କୋହ |


ସେପଟେ ସବୁ ଦେଖି ନଦେଖିଲା

ପରି ରୁହନ୍ତି ଭଗବାନ୍ ,

ଏପଟେ ଲୁହ ଚାପି ସବୁ ସହୁଥିବା

ତୁ ଆଉ ତୋ ଅଭିମାନ |

ଏବେ କହ ସାକୀ, ମୁଁ କୁଆଡେ ଯିବି

ଏ ଭିଡରେ ନିଜକୁ ହଜାଇ ଦେବି,

କି ତୋ ଭରା ପିଆଲାରେ

ନିଜର ଅସୁନ୍ଦର ପ୍ରତିବିମ୍ବ ଦେଖିବି ?


ସୁକାନ୍ତ ......୨୦୧୮


Rate this content
Log in

Similar oriya poem from Inspirational