STORYMIRROR

Sukanta Mohapatra

Others

3  

Sukanta Mohapatra

Others

ରବିବାର

ରବିବାର

1 min
14.2K


: ରବିବାର :

କାହିଁକି କେଜାଣି  

ନେଇ କିଛି  ସ୍ବପ୍ନ ଅଳସଭରା  

ଆସେ ବାରମ୍ବାର

ଅବୁଝା ରବିବାର...

 

ମନେ ଭରିଦିଏ

କଛି ନକରିବାର କଳ୍ପନା

ଶୋଇରହିଥିବାର ବାହାନା

ଆଉ ନିଜପାଇଁ ଦିନେ

ବନ୍ଚିବାର କାମନା....

 

ସକାଳୁ ପୁଅର ଅଳି

ପତ୍ନିଂକ ରାସନ୍ ଲିଷ୍ଟ୍

ଆଉ ଅମିଷ ଦୋକାନର ଗହଳି

ମୋର ରବିବାର ସ୍ବପ୍ନକୁ

ଦେଇଥାଏ ବଳୀ...

 

ରବିବାର ଚାଲିଯାଏ

ବ୍ୟସ୍ତ ଅତିଥିଟିଏ  ପରି

ଟିକେ ଆତ୍ମିୟ଼ତାର ସ୍ପର୍ଶ

ଆଉ କିଛି ଶୁନ୍ୟତା ଭରି

ପୁଣି ଥରେ ଆସିବାର

ଆଶ୍ବସନା ଦେଇକରି....

 ସୁକାନ୍ତ ମହାପାତ୍ର ...୨୦୧୬  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍