ପିଲାଦିନର ଖରା ଦିନ
ପିଲାଦିନର ଖରା ଦିନ
1 min
14.1K
ପିଲାଦିନର ଖରା ଦିନ
ମଜା ବି କିଛି ଅଲଗା ଥିଲା....
ଖାରବେଳ ର ଆମ୍ବଚୋରୀ
ଆଉ ଆମ୍ବ ଭାଗପାଇଁ ଲଢାଇ
ମଜା ବି କିଛି ଅଲଗା ଥିଲା....
ବହି ଭିତରେ ଗପ ବହି ଲୁଚାଇବା
ଖରାବେଳେ ବୁଲି ଗାଲି ଖାଇବା
ମଜା ବି କିଛି ଅଲଗା ଥିଲା...
ଘରେ ପାଣି ଢାଳି ପାଣିରେ ଶୋଇବା
ବୋଉର ପିଠିରେ ଘିମିରୀ ପାଉଡର ବୋଲିବା
ମଜା ବି କିଛି ଅଲଗା ଥିଲା...
ରାତିରେ ବାହାରେ ଖଟିଆରେ ଶୋଇବା
ଆଉ ଶୋଇ ଶୋଇ ଆକାଶକୁ ଦେଖିବା
ମଜା ବି କିଛି ଅଲଗା ଥିଲା....
ସେ ଆଇସ୍ କ୍ରିମ୍ ପାଇଁ ଅଳି
ଆଉ ନିଷ୍କପଟ ବଦମାସୀ ପାଇଁ ଗାଳିର
ମଜା ବି କିଛି ଅଲଗା ଥିଲା.......
ସୁକାନ୍ତ ମହାପାତ୍ର...୨୦୧୬
