ସାଧନା
ସାଧନା
ଚାରିଆଡେ ଏତେ କୋଳାହଳ
ସତେ ଅବା ଦୁନିଆଟା ଧାବମାନ
ଯନ୍ତ୍ର ଚାଳିତ ଚାରି ଚକିଆ ଯାନ
ଇଞ୍ଜିନ ର ଅସହ୍ୟ ଘୁଂ ଘୁଂ ଶବ୍ଦ
ନା ଅଛି କାହା ମୁହଁ ରେ କିଛି ମିଠା କଥା
ନା ପ୍ରେମ ଭଲପାଇବା ର ଚିହ୍ନ ..
ତଥାପି ମୁଁ ଖୋଜି ବୁଲୁଛି
ଅନ୍ତରଙ୍ଗ ନିରବତା ର ଚିହ୍ନ
ଭଲପାଇବା ଖୋଜି ଖୋଜି
ଆଖିରେ ଚଷମା ପିନ୍ଧିଲାଣି
ସତେ ଯେମିତି ସେ ହଜି ଯାଇଛି
ଉଦ୍ଧତ ସାମାଜିକତାର ଚୋରାବାଲିରେ..
ତଥାପି ଆଶା ଛାଡିନି ..
ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଛାଡିବିନି
ବଞ୍ଚୁଥିବି ସମାଜୁ ବିଚ୍ଛେଦ ସାଧକଟିଏ ଭଳି
କରୁଥିବି ସାଧନା ମନୁଷ୍ୟ ଜନ୍ମର
ପ୍ରକୃତ ସିଦ୍ଧି ପାଇବା ଯାଏଁ...
