STORYMIRROR

Subhankar Rath

Romance Tragedy

3  

Subhankar Rath

Romance Tragedy

ବାସର ରାତିର ରଜନୀଗନ୍ଧା

ବାସର ରାତିର ରଜନୀଗନ୍ଧା

1 min
224

ପ୍ରଥମ ରାତିର ପ୍ରଥମ ମିଳନ 

କେଡେ ମନରୋମ ଆହା 

ମହକିତ କରେ ନିଃଶବ୍ଦ ରାତ୍ରୀକୁ 

ମହା ମିଳନ ର ପ୍ରତକ୍ଷଦର୍ଶୀ ମୁଁ ଯାହା...


ଶୁଣିଛି ଯେ କେତେ ରାତ୍ରି ଉଜାଗରେ 

ମିଠା ବର୍ତ୍ତାଳପେ ସମ୍ପର୍କର ଶୁଭାରମ୍ଭ 

କେବେ କେବେ ପୁଣି ପ୍ରେମରେ

କରନ୍ତି ଶରୀରେ କାମନାର ସମାଗମ....


ଜଳିବା ଦେଖିଛି ନବ ଯୌବନାର

କାତର ଶରୀର ପବିତ୍ର ପାପର ନିଆଁ ଧାରେ 

ବିବସ୍ତ୍ର ହୋଇଛି ସୁଢୋଳ ଶରୀର 

ମିଠା ଯାତନାର କୁହୁକ ସ୍ପର୍ଶେ ....


ହଜିଛି ଯେ କେତେ ମନରୁ ସପନ 

ରକ୍ତାକ୍ତ ହୋଇଛି ସେ ରୁଦ୍ଧ ଦ୍ଵାର...

ଯାତନା ଲଭିଛି ଅଲିଅଳ କନ୍ୟା 

ନରଭକ୍ଷୀ ହାତେ ହୋଇ ଶିକାର..


ଲୋକ ଲାଜ ପାଇଁ ପାଟି କରେ ତୁନି 

ନିଜ ଆଖି ଲୁହ ନିଜେ ସେ ପିଏ ..

ବଞ୍ଚି ଥାଉ ଥାଉ ମରେ ତା ଶରୀର

ଖୁସିର ଆଶା ତା ମଉଳି ଯାଏ..

ଅସ୍ଥିରୁ ତାହାର ମାଉଁସ ପୂଳାକ 

(ଯେବେ) ପୁରୁଷ ରୂପୀ ସେ ଶାଗୁଣା ଖାଏ...


ମହାଭାରତର ବେଲାଳସେନ ମୁଁ 

ସବୁ ଦେଖୁ ଥାଇ ରହେ ନୀରବ ...

ଠାକୁରଙ୍କ ସ୍ପର୍ଶ ନପାଏ ଯେ ମୁଁ

ପୁଷ୍ପର ଜୀବନେ କି ଅବା ଲାଭ?



Rate this content
Log in

Similar oriya poem from Romance