STORYMIRROR

Subhankar Rath

Others

3  

Subhankar Rath

Others

କବିତା

କବିତା

1 min
152

ସତେ ଅବା ଷୋଡ଼ଶୀ କନ୍ୟା

ନୂତନ ଯୌବନ ଖୁସିରେ ଢଳି ଢଳି

ଗାଁର ମାଟି ସଡ଼କରେ ଚାଲୁଅଛି ..


ପୁଣି କେବେ ଖରସ୍ରୋତା ନଈଟିଏ

ଅମଡ଼ା ପଥ ଚିରି ଆଗକୁ ମାଡି ଚାଲିଛି

ଅଙ୍କା ବଙ୍କା ଧାର ସହ ସାଗର ଆଶାରେ...


କେବେ ପୁଣି ନବ ବଧୁ ପ୍ରାୟ

ସଜେଇ ହୁଏ ନାନାବିଧ ଅଳଙ୍କାରରେ

ଆଖି ଲାଖିଯାଏ ତାର ଏ ରୂପ ଦେଖି...


କମନୀୟ ଆକର୍ଷକ ସତେ ଅବା

ପୋଖତ ଶିଳ୍ପୀର ତୂଳୀର ଜାଦୁଗରି

ସମ୍ମୋହିତ କରିନିଏ ପାଠକର ପ୍ରାଣକୁ.....


ଅପୂର୍ଣ୍ଣତାରେ ପୂର୍ଣ୍ଣତା ଦେଇପାରେ

କେବଳ ଏ କବିତା

ସତେ ଅବା ପାଠକକୁ

ଛୋଟିଆ ଇଶାରାରେ କହିଦିଏ

ଦୀର୍ଘ ବର୍ଷର ଅକୁହା କଥା ......



Rate this content
Log in