ସ୍ଵାଧୀନତା ଦିବସ ପାଳନ
ସ୍ଵାଧୀନତା ଦିବସ ପାଳନ


ବୁହାଇ ଶୋଣିତ ମୋ ଦେଶର ସୁତ
ଦେଇଛନ୍ତି ସ୍ଵାଧୀନତା ,
ଅଛି ଏହି ଭୂମି କେତେ ଯେ ସଂଗ୍ରାମୀ
ରଚିଗଲେ ମହାନତା ।।୧।।
ଅହିଂସାର ସହ କେତେ ଶହ ଶହ
ସଂଗ୍ରାମୀ ଦେଇଣ ଯୋଗ ,
ଯାହାଙ୍କର ପାଇଁ ଶାନ୍ତି ନିଦ୍ରା ହୋଇ
କରୁଅଛେ ସୁଖ ଭୋଗ ।।୨।।
ଓଡ଼ିଆ ପାଇକ ହୋଇ ଏଠି ଏକ
କରି ପାଇକ ବିଦ୍ରୋହ ,
ଦେଶର ଶତ୍ରୁକୁ କରିଲେ ପଛକୁ
&nbs
p; ନିଜେ ସହି କେତେ କୋହ ।।୩।।
ହୋଇଣ ସ୍ଵାଧୀନ ଲାଗେ ପରାଧିନ
ଜଳେ ପରାଧିନ ବତୀ ,
ଅନ୍ୟାୟ କୁକର୍ମ କେତେ ଯେ ଦୁଷ୍କର୍ମ
ବଢୁଅଛି ଏଠି ନିତି ।।୪।।
ଶୁଣ ଜନ ଗଣ ସଂଗ୍ରାମୀ ଜୀବନ
ନହେଉ ଏଠି ବିଲୀନ ,
ଅନ୍ୟାୟର ପଥ କରିଣ ନିପାତ
ରଖିବା ତାଙ୍କ ସମ୍ମାନ ।।୫।।
ତାଙ୍କ ସ୍ମୃତି ପାଇଁ ସର୍ବେ ଏକ ହୋଇ
ଅଗଷ୍ଟ ପନ୍ଦର ଦିନ ,
ପ୍ରତି ବରଷ ସ୍ଵାଧୀନତା ଦିବସ
କରୁଛି ଦେଶ ପାଳନ ।।୬।।