ସ୍ୱପ୍ନ ୨
ସ୍ୱପ୍ନ ୨
ଜୀବନେ ଦେଖିବାକୁ ହୁଏ ସ୍ୱପ୍ନ
କିନ୍ତୁ ସବୁ ସ୍ୱପ୍ନ ହୁଏନା ପୁର୍ଣ
ସ୍ୱପ୍ନ ନ ଦେଖି ରହି ହୁଏ ନାହିଁ
ରାତି ସରି ଯାଏ ହେଲେ ସ୍ୱପ୍ନ ସରେନି
ମନରେ ଆସେ କେତେ ଯେ ସ୍ୱପ୍ନ
ସ୍ଵପ୍ନ ଦେଖୁ ଦେଖୁ ବିତି ଯାଏ ଦିନ
ସ୍ୱପ୍ନ ଦେଖି ଆମେ ଆଗକୁ ଯିବା
ଆମ ଲକ୍ଷ୍ୟ ସ୍ଥଳ ରେ ଯାଇ ପହଁଞ୍ଚିବା
ସ୍ୱପ୍ନ ଦେଖୁ ଦେଖୁ ଯେଉଁ ସ୍ୱପ୍ନ ଭାଙ୍ଗି ଯାଏ
କେତେ ଆଶା ମନେ ଦୁଃଖ ଦେଇ ଯାଏ
କିଏ ଧନ ପାଇବାକୁ ଦେଖୁ ଅଛି ସ୍ୱପ୍ନ
ସ୍ୱପ୍ନ ତାକୁ ଦୁନିଆରେ କରିଦିଏ ଧନବାନ
କିଏ ଯଶ ଖ୍ୟାତି ପାଇଁ ସ୍ୱପ୍ନ ଦେଖି ଥାଏ
ମଣିଷର ଚେ଼ଷ୍ଟା କର୍ତ୍ତବ୍ୟ ନିଷ୍ଠା ମାନ ସମ୍ମାନ ଦିଏ
ଉଚ୍ଚ ଶିକ୍ଷା ପାଇଁ ପିଲା ଟିଏ ଦେଖେ ସ୍ୱପ୍ନ
ପାଠ ପଢ଼ାରେ ଲଗାଇ ଥାଏ ତାର ମନ
ପଦ ପଦବୀ ପାଇଁ ମଣିଷ ଦେଖେ ସ୍ୱପ୍ନ
ନିଜ କର୍ମେ ସଫଳ ହୁଏ କରି କର୍ମ ମାନ
ସ୍ୱପ୍ନ ନ ଦେଖି କେବେ ରହି ହୁଏ ନାହିଁ
ସ୍ୱପ୍ନ ଦେଖିବା ଆଗକୁ ବଢିବା ପାଇଁ ।