STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସ୍ୱାଗତଂ ନୂଆବର୍ଷ

ସ୍ୱାଗତଂ ନୂଆବର୍ଷ

1 min
264


ରାତିକୁ ଆୟୁଷ ମାଗୁଥିବା 

ଜହ୍ନିଫୁଲ ଓଠେ ହସ 

ଆସୁଛି ନବବର୍ଷ 

ମହୁଆ ମଳୟ ସଞ୍ଜରେ 

ଅସହଜ ଜୀଵନକୁ ଦେଖୁଥିବା 

ପ୍ରଜାପତି ଭଅଁର ପିଠିରେ 

ଚିତ୍ରହାର ଶୋଷ 

ଆସୁଛି ଯେଣୁ ନବବର୍ଷ

କାଶତଣ୍ଡୀ ପଠାରେ 

ପ୍ରତୀକ୍ଷାର ଅନ୍ତହୀନ ଅପେକ୍ଷା 

ଭଉଁରୀ ଖାଇ ଫେରୁଥିବା ଢେଉ 

ସୁରିଲା ସ୍ବପ୍ନର ହୃଦ ମନ 

ହାଉଯାଉ ହେଉଥାଉ 

ଆସୁଛି ନବବର୍ଷ ପିନ୍ଧି ହଳଦୀ ପାଟ 

ସରସ ସୁନ୍ଦର ଶିଶୁ ଓଠେ ହସ 

ଅଳ୍ପ ଗଳ୍ପର କୁହୁ କବିତାରେ ଭରି ମହୁ 

ଆସ ନୂଆବର୍ଷ 

ସିନ୍ଦୁରା ଫାଟିଲେ ସୂର୍ଯ୍ୟ ଉଇଁଲେ

ନୀଳ ନୀଳ ରଙ୍ଗର ଆକାଶ 

ଏବେ ତାରାଫୁଲ ମାଖି ହେବ ବେଶ 

ନବବର୍ଷର ପାଇ ପରଷ ଲଭି ଆଶିଷ 

ସମୁଦ୍ର ବି ଢେଉ ପିଟେ 

ବାଲୁକା ଶଯ୍ୟାରେ ଅବଶ୍ୟ ହୋଇ ଅବଶ 

ବିବର୍ତ୍ତମାନ ପୃଥିବୀର କୀୟଦଂଶ 

ଆଜିବି ପାଳୁଛି ହୋଇ ହର୍ଷ 

ସ୍ୱାଗତ କରିବାକୁ ବିନ୍ଦୁରେ ସିନ୍ଧୁନୀରେ 

ଆସୁଛି ଯେଣୁ ଆଉ ଗୋଟେ ବର୍ଷ 

ବର୍ଷକ ଯାକ ବାରମାସ ତା ଅଗଣା 

ଅରଣା କି ବରଣା ଅବା ଫୁଲର ପିୟୁଷ 

ଦେଖିବ ବୋଲି ମାଟିମାଆ ରହିଛି ଅନେଇ 

କହୁଛି ନଯାଅ ଦନେଇଙ୍କ ପାଶ 

ବସ ହସ ରସ ଆସୁଛି ନବବର୍ଷ ନେଇ ପା ବାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract