STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

ସ୍ୱାଗତ ନବବର୍ଷ ଦୁଇ ହଜାର କୋଡିଏ

ସ୍ୱାଗତ ନବବର୍ଷ ଦୁଇ ହଜାର କୋଡିଏ

1 min
381

ହେ ନବ ବରଷ ଅବତରି ଆସ

         ଧରି ଦେବଦୂତ ବେଶ

ସାତ ମହାଦେଶ କରନ୍ତି ସ୍ୱାଗତ

         ପାଇବେ ତୁମରି ସ୍ପର୍ଶ

ଜଳ ସ୍ଥଳ ନଭ ହୁଏ ପ୍ରକମ୍ପିତ

         ବାଣ ରୋଷଣୀର ମାଳେ

ନାନା ଦେଶେ ନାନା ଉତ୍ସବ ମଣ୍ଡିତ

         କରୁଛନ୍ତି ବିଜ୍ଞ ନରେ

ବାୟୁମଣ୍ଡଳରେ ତୁମରି ସ୍ୱାଗତ 

          ଧ୍ଵନି ତରଙ୍ଗରେ ହୁଏ

ନୂତନ ବର୍ଷର ଅଭିନନ୍ଦନକୁ 

          ମିଡ଼ିଆ ଜଗତ କୁହେ

ଦ୍ଵିତୀୟ ଈଶ୍ୱର କବିକୁଳ ମୋର

          କବିତାର ଶବ୍ଦ ଜାଲେ

ହାଡ଼ଭଙ୍ଗା ଶୀତ ତଥାପି ଜାଗ୍ରତ

           ତୁମ ରୂପ ବର୍ଣ୍ଣନାରେ

ଏତିକି ମାଗୁଣି ହେ ନୂତନ ବର୍ଷ

          ଭାରତ ମାଆର ପାଇଁ

ତୁମରି ସମୟେ ବିଶ୍ୱଗୁରୁ ହେଉ

         ମୋହର ଏ ପୂଣ୍ୟଭୂଇଁ

ବାତ୍ୟା ବନ୍ୟା ଆଉ ଭୂମିକମ୍ପ ଦାଉ

        ନ ସହୁ ମୋହର ଦେଶ

ନାରୀ ନିର୍ଯ୍ୟାତନା ଇର୍ଷା ଦ୍ୱେଷ ଭାବ

         ସମୂଳେ କର ବିନାଶ

ସାଗର ଦୁଲଣୀ ପତି ଆର୍ଶୀବାଦ 

         ଲଭି କରି ତୁମେ ଆସ

ସୁଖ ସମ୍ପଦରେ ଭରପୁର ଦେଶ

          ଦୁଃଖ ନ ପଶିବ ପାଶ





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract