STORYMIRROR

Sachidananda Kar

Children

4  

Sachidananda Kar

Children

ଋତୁ ଯେତେ କଥା ସେତେ

ଋତୁ ଯେତେ କଥା ସେତେ

1 min
1.4K

     ଗିରୀଷମେ ଟାଣ ଖରା ଲୋ ବଉଳ

         ଗିରୀଷମେ ଟାଣ ଖରା

     ଶୁଖେ ନଈ ନାଳ ବହେ ଝାଞ୍ଜି ବାଆ

         ଶିରୀହୀନ ଦିଶେ ଧରା ।। 


     ବରଷାରେ ଜଳଧାରା ଲୋ ବଉଳ

         ବରଷାରେ ଜଳଧାରା

     ସବୁଜ ସୁଷମା ଶୋହେ ଧରଣୀରେ

         ଉଠେ ନାନା ଜାତି ଚାରା ।। 


     ଶରତରେ ରୁପା ଜହ୍ନ ଲୋ ବଉଳ

         ଶରତରେ ରୁପା ଜହ୍ନ

     ଫୁଟେ କାଶତଣ୍ଡୀ କଇଁ ଜହ୍ନିଫୁଲ

         ଶେଫାଳିରେ ହଜେ ମନ ।। 


     ହେମନ୍ତରେ ହିମ ବାଆ ଲୋ ବଉଳ

         ହେମନ୍ତରେ ହିମ ବାଆ

     ଦିନ ହୁଏ ଛୋଟ ପାଚେ ଧାନକ୍ଷେତ

         ଭାରି ଭଲଲାଗେ ଗାଆଁ ।। 


     ଶୀତରେ କଅଁଳ ଖରା ଲୋ ବଉଳ

         ଶୀତରେ କଅଁଳ ଖରା

     ଘାସ ପତରରେ ସକାଳ ଶିଶିର

         ସତେ କି ମୁକୁତା ଝରା ।। 


     ବସନ୍ତେ ଅବିର ଖେଳ ଲୋ ବଉଳ

         ବସନ୍ତେ ଅବିର ଖେଳ

     ବହଇ ମଳୟ ଗୀତ ଗାଏ ପିକ

         ଆନନ୍ଦରେ ବିତେ ବେଳ ।। 


     ଋତୁ ଯେତେ କଥା ସେତେ ଲୋ ବଉଳ

         ଋତୁ ଯେତେ କଥା ସେତେ

     ରୂପେ ନିରୁପମା ଅଟନ୍ତି ସଭିଏଁ

          ସେପାଇଁ କାହାଣୀ ଏତେ

          ଲୋ ବଉଳ .....

          ସେପାଇଁ କାହାଣୀ ଏତେ ।।



Rate this content
Log in

Similar oriya poem from Children