ରଟୁଥାରେ ହରି ହରି
ରଟୁଥାରେ ହରି ହରି
ମନ ରଟୁଥାରେ ହରି ହରି
ମନ ରଟୁଥାରେ ହରି ହରି
ହରି ବିନା କହ
କେ ଅଛି ରେ ଆଉ
ପାରିବ ତୋତେ ଉଦ୍ଧାରି
ମନ ରଟୁଥାରେ ହରି ହରି...୧
ନରକ ସମାନ ଏ ଦୁନିଆ ପରା
ମିଛରେ ହେଉଛି ଘାରି
ହରି ନାମ ଯଦି ସାଥିରେ ଯୋଡିବୁ
ମରଣ ବି ଯିବ ଫେରି
ମନ ରଟୁଥାରେ ହରି ହରି....୨
ରଟୁଥିଲେ ଧନ ତୁଣ୍ଡେ ହରି ନାମ
ପାଇବୁ ସରଗ ଶିରୀ
ହରଷ ମନରେ ଯିବୁ ବୃନ୍ଦାବନ
ଦୁନିଆରୁ ହେବୁ ପାରି
ମନ ରଟୁଥାରେ ହରି ହରି
ମନ ରଟୁଥାରେ ହରି ହରି....୩