STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଫ)

ରତ୍ନାକର ଚମ୍ପୂ (ଫ)

1 min
334

ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)


                             (22)

                     

                     ସଖୀପ୍ରତି ଶ୍ରୀକୃଷ୍ଣ

ରାଗ – ନଟ - ଏକତାଳି


ଫୁଲଶରେ ନ ଯା, ମୋତେ ସୁକୁମାରୀ ମାରି ରେ (ଘୋଷା)

ଫେଡି କହୁଛି ମୁଁ ସତେ, ଘେନ ମୋ ବିନୟ ଚିତ୍ତେ

ବଚନେ ନ ପାରି ତୋତେ, ରହିଲି ମୁଁ ହାରି ରେ (1)

ଫିଟାଇ ସଜନୀ ମାନ - ଗ୍ରନ୍ଥିକି ରାମା ରତନ

ମୋତେ ଏ ବିପଦୁଁ ବେଗେ ନିଅ ତୁ ଉଦ୍ଧରି ରେ (2)

ଫନ୍ଦା କରିଛି ମୁଁ ତୋତେ, ନାହିଁ ତୋ ବିନା ଜଗତେ

ମୋତେ କାମ ପାରାବାରୁ, କରିବାକୁ ପାରିରେ (3)

ଫୁଟାଇ ନଦେଇ ତମ, -ବାଣୀରେ ମୋର ମରମ

ଦେଖାଅ ସଖୀକି ବାରେ ଉପାୟ ବିଚାରି ରେ (4)

ଫରମାସ ଆଜି ବେଶେ, ଶ୍ରୀହରିଚନ୍ଦନ ଭାଷେ

ଶରଣ କେ ଅଛି ମୋର ବିନା ମୋ ତୋହରି ରେ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics