STORYMIRROR

Smitarani Barik

Classics

3  

Smitarani Barik

Classics

ରଙ୍ଗହୀନ ପର୍ବପର୍ବାଣୀ

ରଙ୍ଗହୀନ ପର୍ବପର୍ବାଣୀ

1 min
116


ରଙ୍ଗହୀନ ଆଜି ପର୍ବପର୍ବାଣୀର ଋତୁ

ରଙ୍ଗହୀନ ଚଉଦିଗ , 

ରଙ୍ଗହୀନ ଆଜି ମୃଣ୍ମୟୀ ତୋରଣ

ରଙ୍ଗହୀନ ସଜବାଜ । 

ହସୁନାହିଁ ଆଜି ପୀଠରେ ତୋରଣ

ଝଲସୁନି ଲିଚୁ ବତୀ , 

ଗୀତ ଗାଉ ନାହିଁ କାଶତଣ୍ଡୀ ଫୁଲ 

ବାସିନ୍ଦା କିଆ,କେତକୀ । 

ପ୍ରୀତିର ଜୋଛନା ଢାଳି ପୁଣି ଆଜି

ହସୁନି ସରଗ ଶଶୀ , 

ମଳିନ ପଡେ଼ ଏ ଚନ୍ଦ୍ରମା ରଜନୀ

ମଳିନ ଶଶାଙ୍କ ଖୁସି । 

ରଙ୍ଗହୀନ ଆଜି ମନରେ ଉନ୍ମାଦ

ରଙ୍ଗହୀନ ସବୁ ଆଶା , 

ରଙ୍ଗହୀନ ସବୁ ସପନର ଛବି

ମନରେ ଭରେ ନିରାଶା ।


Rate this content
Log in

Similar oriya poem from Classics