Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଶ୍ରୀ ଜଗନ୍ନାଥ ଚିରସତ୍ଯ

ଶ୍ରୀ ଜଗନ୍ନାଥ ଚିରସତ୍ଯ

1 min
208



ସବୁ ଧର୍ମର ସାରତତ୍ତ୍ଵ 

ଶ୍ରୀଜଗନ୍ନାଥ ଚିର ସତ୍ୟ।

ନାଥ ମୋ ନୁହନ୍ତି ସୀମିତ

ନାଥ ମୋ ଅସୀମ ଅନନ୍ତ।

ଭୂତ ଭବିଷ୍ୟ ବର୍ତ୍ତମାନ

ରୂପରେ ପ୍ରଭୁ ବିଦ୍ୟମାନ।

ବେଦ ନିର୍ବେଦ ନିର୍ବିକାର

ଭେଦ ବିଭେଦ ଭାବାନ୍ତର।

ସେ ଶାନ୍ତି ପ୍ରଗତି ସଂଘତି 

ରୂପରେ ଝଟକେ ସମ୍ପ୍ରିତି ..


ଅଧରେ ଅଧା ଚାନ୍ଦ ହସ

ଅପୂର୍ବ ଜ୍ୟୋତି ପରକାଶ।

କ୍ଷମତା ନୁହେଁ ସମତାର

ନୀତି ନୈତିକ ଏକତାର,

ଅମୃତ ବାଣୀ ପରସନ୍ତି

ପ୍ରୀତି ର ଧାରା ବରଷନ୍ତି।

ରାଜା ପରଜା ସବୁ ଏକ

ସ୍ନେହ ଶ୍ରଦ୍ଧା ର ଅଭିଲେଖ।

ଆପଣା ପଣେ ଜିଣି ମନ

କୃପା ବାଣ୍ଟନ୍ତି ରାତି ଦିନ..


ସମାନତା ବିଶ୍ଵ ଭାତୃତ୍ଵ

ସହାବସ୍ଥାନର ନେତୃତ୍ବ,

ଚତୁର୍ଦ୍ଧା ମୂରତୀ ନିଅନ୍ତି

ସଭିଙ୍କୁ ନିଜର ମଣନ୍ତି।

ସମନ୍ୱୟର ସେ ପ୍ରତୀକ

ସାରା ବିଶ୍ବର ରୂପକଳ୍ପ ।

ମାନବିକତାର ରଙ୍ଗରେ

ମାନବୀୟ ଲିଳା ଭବରେ।

ବାଟ ହୁଡିଗଲେ ମଣିଷ

ନିଶ୍ବାସେ ଭରନ୍ତି ସାହସ ।


ଜଗନ୍ନାଥ ବିଶ୍ଵ ଆଶ୍ଚର୍ଯ୍ୟ

ସିଏ ଆର୍ଯ୍ୟ ପୁଣି ଅନାର୍ଯ୍ଯ।

ସବୁ ଧର୍ମ ସବୁ ସଂସ୍କୃତି

ଉର୍ଦ୍ଧରେ ଚତୁର୍ଦ୍ଧା ମୂରତୀ।

ସୁନାରେ ହୁଅନ୍ତି ଛାଉଣୀ

ଭୁଞନ୍ତି ପଖାଳ ତୋରାଣି।

ସ୍ବଦେହେ ଓହ୍ଲାଇ ଆସନ୍ତି

ଭକ୍ତଙ୍କୁ ଦର୍ଶନ ଦିଅନ୍ତି।

ଭକ୍ତଙ୍କ ମେଳରେ ନାଚନ୍ତି

ଭକ୍ତଙ୍କ ଗୁହାରି ଶୁଣନ୍ତି।


ବୁଦ୍ଧ ରୂପେ କିଏ ପୂଜଇ

ମହାଜୀନ କିଏ କୁହଇ ।



Rate this content
Log in