Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Classics

3  

DILIP KUMAR SAHOO

Classics

ରାଧା ଲୋ ରାଧା

ରାଧା ଲୋ ରାଧା

1 min
158


ରାଧା ଲୋ ରାଧା

କାଳିଆର ମନ ତୋ ପାଖେ ବନ୍ଧା

ତୋ ପାଇଁ ଗୁଣ୍ଡିଚା ଯାତ

ପ୍ରେମ ଡୋରି ହୁଏ ଛନ୍ଦା ।

ଗୋପପୁରେ ଭାବ କଲା

ମଥୁରାକୁ ଚାଲିଗଲା

ନୀଳାଚଳେ ଝୁରେ କାହ୍ନୁ

ପ୍ରଥମ ପ୍ରେମକୁ ସଦା

ରାଧା ଲୋ ରାଧା

କପଟି କପଟ କରେ

ଲକ୍ଷ୍ମୀଙ୍କୁ ଛାଡି ମନ୍ଦିରେ

ତୋ ସାଥିରେ ରାସ କରେ

ଆଡ଼ପେ ନାହିଁ ତ ବାଧା ।

ଭାବ ତା ଦିଦିନ ପାଇଁ

ବୁଝିବି ବୁଝୁନା ତୁହି

ବାହୁଡାରେ ଫେରିଯାଇ

ରାସକୁ ରଖଇ ଅଧା

ରାଧା ଲୋ ରାଧା

ରାଧା ଲୋ କପାଳ ମନ୍ଦ

ସହୁ ନିନ୍ଦା ଅପବାଦ

ଧନ୍ୟ ତୋର କଳାଚାନ୍ଦ

ରୂପ ରଙ୍ଗ ସବୁ ଅଧା

ସେହି ଅଧାଗଢ଼ା ରୂପ

ପ୍ରେମ ପ୍ରଣୟର ଗପ

ଉଣାକରେ ପାପ ତାପ

ଢାଳି କରୁଣାର ସୁଧା

ରାଧା ଲୋ ରାଧା ।


Rate this content
Log in