Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଗୋରଖନାଥ

ଗୋରଖନାଥ

1 min
161



ଅସୀମ ମହିମାମୟ ଅନାଥ ନାଥ

ପ୍ରଣତି ଘେନ ହେ ବାବା ଗୋରେଖନାଥ

ଅବେଳରେ ସାହା ହୁଅ ହୁଅ ଭରଷା

ଅଶରଣ ଜନେ କରି କୃପା ବରଷା

ତୁମେ କଲେ ଦୟା ଯାଏ ବିପଦ ଟଳି

ହସଇ ସଂସାର ଦେଲେ କରୁଣା ଢାଳି

ଅମା ଅନ୍ଧକାରେ ତୁମେ ଆଲୋକ ପଥ

ଭବ ଜଳଧୀ ରେ ତୁମେ ଆଶା ବୋଇତ

ପ୍ରଣତି ଘେନ ହେ ବାବା ଗୋରେଖନାଥ....


ତୁମେ ଶିବ ତୁମେ ଶମ୍ଭୁ ହେ ମହା ଯୋଗୀ

ଶୂନ୍ୟ ରେ ବାଜଇ ବୀଣା ତୁମରି ଲାଗି

ଧନ୍ୟ ଆଜି କେରେକେରା ତୁମରି ପାଇଁ

କାହିଁ କେତେ ଦୂରୁ ଭକ୍ତେ ଆସନ୍ତି ଧାଇଁ 

ଉଛୁଳଇ ପୀଠେ ତୁମ ଭାବ ଭକତି 

ତୁମ ନାମ ଜପ ତପେ ଅପୂର୍ବ ଶାନ୍ତି

ସବୁରି ଓଠରେ ତୁମ ମହିମା ଗୀତ

ତୁମ ପରଷ ରେ ହସେ ଶୂଭ ପ୍ରଭାତ

ପ୍ରଣତି ଘେନ ହେ ବାବା ଗୋରେଖନାଥ..


ତୁମରି ପାଦୁକ ପାଣି ଅମୃତ ଧରା

ରୋଗୀ ଭୋଗୀଙ୍କର ସେତ ଦୁଃଖ ପାଶୋରା

ତୁମରି ପାଦରେ ପ୍ରଭୁ ଗଲେ ଶରଣ

ବନ୍ଧ୍ୟା ନାରୀ ବନ୍ଧ୍ୟା ଦୋଷ ହୁଏ ହରଣ

ତୁମରି ପୀଠରେ ଧ୍ଯାଇ ତୁମରି ନାମ

ସର୍ପାଘାତ ଲୋକ ପାଏ ନୂଆ ଜନମ

ଯେଉଁଠି ଯିଏ ଡାକିଲେ ଡାକ ଶୁଣିତ

ଦୂର କରିଥାଅ ତୁମେ ଦୁଃଖୀ ଆରତ

ପ୍ରଣତି ଘେନ ହେ ବାବା ଗୋରେଖନାଥ...


Rate this content
Log in