Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା

Abstract Classics Inspirational

3  

କବିରତ୍ନ ନୂତନ କୁମାର ବେହେରା

Abstract Classics Inspirational

ଏମିତି ଜୀବନ ସାଥୀଟିଏ ଲୋଡ଼ା

ଏମିତି ଜୀବନ ସାଥୀଟିଏ ଲୋଡ଼ା

1 min
119


ଏମିତି ଜୀବନ ସାଥୀଟିଏ ଲୋଡ଼ା

ପ୍ରେମରେ ଯା'ର ସତେଜ ଥିବ

ମୋ ମନ ଫୁଲର ପାଖୁଡ଼ା

ରୂପ ସାଥେ ଗୁଣକୁ ସେ ମୋର

ସବୁଦିନ ହୃଦୟ ଭରି ଭଲ ପାଉଥିବ

ହସରେ ଲୁହରେ ପାଶେ ଥିବ

ହାତ ଧରି ତାର ଚାଲୁଥିବି ଜୀବନ ବାଟ

କଣ୍ଟାର ଆଘାତ ପାଦେ ମୋର

ଲାଗିବାକୁ ସିଏ କେବେ ଦେଉ ନ ଥିବ

ଦୁହିଁଙ୍କର ମନ ମେଳ ଥିବ

ଭରସା ବିଶ୍ବାସ ଆମର ଅତୁଟ ରହିବ

କାହା ମନେ କେବେ ବି

ଶଙ୍କା କି ସନ୍ଦେହ ଆସୁ ନଥିବ

ଏମିତି ଜୀବନ ସାଥୀଟିଏ ଲୋଡ଼ା

ମନ ତାର ସ୍ବଚ୍ଛ ନିର୍ମଳ ଥିବ

ସୁନ୍ଦର ଯୋଡ଼ି ଆମ ହେବନି ବିଯୋଡ଼ା

ପରସ୍ପର ମଧ୍ୟେ ସବୁ ସତ ଥିବ

ମନ କଥା ମୋର ବୁଝି

ମୋତେ ସିଏ ଭଲରେ ରଖିଥିବ

ରୂପକୁ କେବଳ ଭଲ ପାଇ

ମୋ ଗୁଣକୁ ହେୟ ଭାବୁ ନ ଥିବ

ଅବା ମୋ ଗୁଣକୁ ପ୍ରଶଂସା କରି

ମୋ ରୂପକୁ ଅନାଦର କରୁ ନ ଥିବ

ସଂପର୍କ ଆମର ନିବିଡ଼ ଗଭୀର ରହିବ

ଯେତେ ସମସ୍ୟା ଆସୁ ଜୀବନେ

ମୋ ସାଥେ ମିଶି ସମାଧାନ କରୁଥିବ

ଭାଙ୍ଗିବନି କି ପଡିବନି ନଇଁ

ଧୈର୍ଯ୍ୟ ସାହସ ଧରି ବଜ୍ର ପରି ଥିବ

ପରକଥାରେ କେବେ କାନ ନ ଦେବ

ପରିବାରର ଦାୟିତ୍ବ ଠିକ୍ ଠିକ୍

ତୁଲାଇ ସେ କର୍ତ୍ତବ୍ୟ କରି ଚାଲୁଥିବ

ଏମିତି ଜୀବନ ସାଥୀଟିଏ ଲୋଡ଼ା

ବିପଦେ ଆପଦେ ଛାଡ଼ି ନ ଯାଇ

ଜୀବନର ଶେଷ ଯାଏଁ

ମୋ ପାଖରେ ହୋଇଥିବ ସେ ଛିଡ଼ା

ଏମିତି ଜୀବନ ସାଥୀଟିଏ ଲୋଡ଼ା ।


Rate this content
Log in