Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ରାକ୍ଷୀ

ରାକ୍ଷୀ

1 min
174



ସେନେହ ଶରଧା ମାଖି

ଭାଇ ହାତେ ବାନ୍ଧେ ରାକ୍ଷୀ

ଅଲିଅଳି ସୁନା ଭଉଣୀ

ମଧୁବୋଳା ସୁନା ଛାଉଣୀ

କପାଳରେ ଚନ୍ଦନର ଚିତା ଦେଇ ଲେଖି

ରାକ୍ଷୀ ରାକ୍ଷୀ ରାକ୍ଷୀ ରାକ୍ଷୀ ରାକ୍ଷୀ ।


ରେଶମୀ ଡୋରି ରେ ଭରା ଭାବ ଭରଷା

ଆଶାର ଏ ଆଶାବରୀ ସୁଖ ପରଶା

ଶ୍ରାବଣର ଭସା ବଉଦ

ବରଷା ରେ ତୋଳଇ ଛନ୍ଦ

ଭାଇ ଆଉ ଭଉଣୀର ହସ ଖୁସି ଦେଖି

ରାକ୍ଷୀ ରାକ୍ଷୀ ରାକ୍ଷୀ ରାକ୍ଷୀ ରାକ୍ଷୀ ।


ଦୀପ ଶିଖା ସୁନା ଦୁବ ଫୁଲ ସିନ୍ଦୂର

ଭାଇ ହାତେ ରାକ୍ଷୀ ଦିଶେ କେଡ଼େ ସୁନ୍ଦର

ଭାଇ ପାଇଁ ଶୁଭ ମନାସେ

ଭଉଣୀ ଯେ କାଳିଆ ପାସେ

ଭାଇ କୁ ମୋ ଥିବ ଚାହିଁ ଆହେ ଚକାଆଖି

ରାକ୍ଷୀ ରାକ୍ଷୀ ରାକ୍ଷୀ ରାକ୍ଷୀ ରାକ୍ଷୀ ।


Rate this content
Log in

Similar oriya poem from Classics