STORYMIRROR

Pramod Kumar Jena

Abstract Comedy

4  

Pramod Kumar Jena

Abstract Comedy

ରଙ୍ଗ୍ ନମ୍ବର୍

ରଙ୍ଗ୍ ନମ୍ବର୍

1 min
307

କହିଲେ ଦୁଃଖରେ         ଜଣେ ବନ୍ଧୁବର

ହୋଇଗଲା ଭୁଲ ମୋର

ଝିଅ ଦେଖି ଟିକେ      ଲିଫ୍ଟ୍ ଦେଇ ଦେଲି

           ଭାବିଲି ଫିଲିମି ଷ୍ଟାର୍ (1)            


ଘର ଆସିଗଲା           ରଖିଦିଅ ଗାଡି

ବସ୍ତି ଆଗେ କଲା ଠିଆ

କହିଲା ରଗଡି           କଲରଟା ଧରି

ଛେଡ୍ ଛାଡ୍ କଲୁ କିଆଁ (2)


ମୋବାଇଲି ଦିଅ          ବଟୁଆ ବି ଦିଅ

ଚେନ୍ ମୁଦି ଦିଅ କାଢି

ପାଟି ଫିଟେଇଲେ       ଭାଇ ଆସିଯିବେ

ରହିବନି ନିଶ ଦାଢୀ (3)


ଦେଖିଲି ସେ ପଟେ   ଲୁଙ୍ଗି ପିନ୍ଧା ପଲେ

ବସିଛନ୍ତି ଠେଙ୍ଗା ଧରି

ହୋଇଥିବେ ଯଦି     ତାଆ ବୋପା ଭାଇ

ଲାଭ ନାହିଁ ପାଟି କରି (4)


ସବୁ ଦେଇସାରି             କହିଲି ଭଉଣୀ

ହଟହଟା କଲ କିଆଁ

ଭାବିଲୁକି ମୋତେ        ଝିଅଟିଏ ବୋଲି

ମାରିଦେଲା ଗୋଟେ ଡିଆଁ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract