STORYMIRROR

Sukanti Hotta

Abstract

2  

Sukanti Hotta

Abstract

ରକ୍ଷାକର

ରକ୍ଷାକର

1 min
98

ଜଣାଉ ବିନତି ଆମେ ମର୍ତ୍ୟବାସୀ

ତୁମେ ହିଁ ସାହା ଭରସା

କଲା କର୍ମ ଫଳ ଭୋଗୁଅଛୁ ଆମେ

ଫେଡ଼ ଆମର ଦୁର୍ଦଶା


ରାଗ ହିଂସା ଇର୍ଷା ହୃଦେ ଧରିଥିଲୁ

ଫଳ ତାହାର ଭୋଗିଲୁ

ତୁମ ନାମ ଭୂଲି ଅତି ଗରବରେ

ଧରାକୁ ସରା ମଣିଲୁ


ବିଜ୍ଞାନ ଯୁଗର ମାନବ ବୋଲି

ଅତି ଗର୍ବ କରୁଥିଲୁ

ଚନ୍ଦ୍ର ମଙ୍ଗଳକୁ ଅକ୍ତିଆର କରି

ନିଜକୁ ଶ୍ରେଷ୍ଠ. ଭାବିଲୁ


ଗର୍ବ କରିବାର ଫଳ ମିଳିଗଲା

ଭୂତାଣୁ ଶିକାର ହୋଇ

ଛୋଟିଆ ଭାଇରସ ଜୀବନ ନାସୁଛି

ରକ୍ଷାକର ଜଗତ ସାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract