ରଖ ଜଗନ୍ନାଥ
ରଖ ଜଗନ୍ନାଥ


ଭକ୍ତର ଆଖିରେ ଆଜି ପୁରିଛି ଲୋତକ,
ବିଶ୍ବରେ ଆଜି କରୋନା ଭୂତାଣୁ ଆତଙ୍କ ।
ରଖ ପ୍ରଭୁ ଜଗନ୍ନାଥ, ରଖ ପ୍ରଭୁ ରଖ,
ଭକ୍ତବୃନ୍ଦ ଆଜି ତୁମ ଶରଣେ ଅଲେଖ ।
ଜୀବନ, ଜିବିକା ଆଜି ହୋଇଛି ବ୍ୟାହତ,
ଏ ମହାମାରୀରେ କେତେ ଲୋକ ଯେ ନିହତ ।
ଆକୁଳେ ବିକଳେ ଭକ୍ତ କରନ୍ତି ରୋଦନ,
ତୁମର ଦର୍ଶନ ଏକା କାମ୍ୟ ଭଗବାନ।
ଏ ମହାମାରୀକୁ ନାଶ କର ପ୍ରଭୁ ହରି,
ଭକ୍ତ ପାଇଁ ପୁଣି ଖୋଲୁ ଶ୍ରୀମନ୍ଦିର ପୁରୀ।
ଆଜି ତୁମ ଶ୍ରୀମନ୍ଦିର ଲାଗେ ଜନଶୂନ୍ଯ,
କେତେଦିନ ଆଉ ଏପରି ହେବ ଭଗବାନ ।
ସବୁ ତୁମ ଲୀଳା ଆହେ ପ୍ରଭୁ ଚକାଡୋଳା,
ମଣିଷ ଭୋଗୁଛି ଯା ପ୍ରକୃତି ସହ କରିଛି ଖେଳା।
ଏ ମହାବିପତିରୁ ଉଦ୍ଧାର ହେ ବିଶ୍ୱପତି,
ରଖ ପ୍ରଭୁ ଜଗନ୍ନାଥ , ଏତିକି ବିନତି।