ରାକ୍ଷୀ
ରାକ୍ଷୀ
1 min
37
ଏଇ ରାକ୍ଷୀ ରହିଛି ସାକ୍ଷୀ,
ଭାଇ, ଭଉଣୀର ଦୁଃଖରେ ଦୁଃଖୀ,
ଆଉ ସୁଖରେ ସୁଖୀ ।
ଏଇ ରାକ୍ଷୀ କରୁଛି ରକ୍ଷା,
ଭାଇ, ଭଉଣୀ ପ୍ରେମର କରୁଛି ବାଖ୍ୟା,
ସବୁ ବର୍ଷ ରାକ୍ଷୀ ପୂର୍ଣ୍ଣିମାର ଅପେକ୍ଷା ।
ଏଇ ରାକ୍ଷୀ ନୁହେଁ ଏକ ସୂତା ,
ଏତ ଜନମ, ଜନମର ବନ୍ଧୁତା ।
ଏଇ ରାକ୍ଷୀ, ଅଟେ ସ୍ନେହ ଓ ପ୍ରେମର ବନ୍ଧନ,
ଏଇ ଆମ ସଂସ୍କୃତି,ଏଇ ଆମ ସ୍ୱାଭିମାନ ।
*** ***