ମାସ୍କ ମୁହଁରେ ଦୁନିଆ
ମାସ୍କ ମୁହଁରେ ଦୁନିଆ


କରୋନା କରୁଛି ଛାନିଆ,
ଏବେ ମାସ୍କ ମୁହଁରେ ଦୁନିଆ ।
ସାରା ଦୁନିଆକୁ କରୁଛି ଗ୍ରାସ,
ଏହା ମଣିଷ କୃତ ସର୍ବନାଶ ।
ମଣିଷ ଖାଇଲା ଯେତକ ଆଖାଦ୍ୟ,
ବରଣ କଲା ଏ ମହାମାରୀ ରୂପି ବିପଦ ।
ଯାହା ହେବାର ଥିଲା ତ ହୋଇଗଲା,
ସଚେତନ ହେବା, ସଜାଗ ରହିବାର ସମୟ ଆସିଗଲା ।
ଘର, ପରିବେଶ ,ନିଜକୁ ରଖିବା ସଫାସୁତୁରା,
ଥଣ୍ଡା, ଜ୍ୱର, କାଶ ହେଲେ ଡାକ୍ତରଖାନା ଯିବା ପରା ।
କୌଣସି ଜାଗାରେ ବିନା କାରଣରେ କରିବାନି ମେଳି,
ସରକାର ନେଉଛନ୍ତି ପଦକ୍ଷେପ, ମାନିବାକୁ ହେବ ଏବେ ଆମର ପାଳି ।
ସବୁ ସରକାରୀ ଡାକ୍ତରଖାନାରେ ମାସ୍କ ହେଉ ସହଜ ମୂଲ୍ୟରେ ଉପଲବ୍ଧ,
ସରକାରଙ୍କୁ ଆମର ଏତିକି ଅନୁରୋଧ ।