ରିକ୍ତ ଯାତନା
ରିକ୍ତ ଯାତନା


ହୃଦୟ ଭାଙ୍ଗୁଛି ଭାଙ୍ଗିଯାଉ ପଛେ
ଯୋଡିଲେ ମିଳିବ ବହୁ ଆଘାତ,
ଭାଙ୍ଗିବାକୁ ଏଠି ବହୁତ ଅଛନ୍ତି
ଯୋଡ଼ିବାକୁ ଗୋଟେ ମିଳେନି ହାତ ।
ସମ୍ପର୍କ ତୁଟୁଛି ତୁଟିଯାଉ ପଛେ
ଯୋଡିଲେ ମିଳିବ କେବଳ ଖାଦ,
ଯୋଡ଼ା ସମ୍ପର୍କରେ ମିଳିବକି କୁହ
ପୂର୍ବ ସମ୍ପର୍କର ସେ ମିଠା ସ୍ଵାଦ ।
ବିଶ୍ଵାସ ଭାଙ୍ଗୁଛି ଭାଙ୍ଗିବାକୁ ଦିଅ
ଯୋଡିଲେ ମିଳିବ ସନ୍ଦେହ ବୀଜ,
ଅବିଶ୍ୱାସ ଯ
ଦି ମନେ ବସା ବାନ୍ଧେ
ବିଶ୍ଵାସ ହୁଏନି ଯେତେବି ଖୋଜ ।
ମନଟା ପୋଡ଼ୁଛି ପୋଡ଼ିବାକୁ ଦିଅ
ଯୋଡିଲେ ମିଳିବ ଖାଲି ଯାତନା ,
ଯେତେ ବି ଲଗାଅ ମଲମ ସେଥିରେ
ଦାଗତ ଦେଖିଲେ ଦେବ ଯନ୍ତ୍ରଣା ।
ହୃଦୟ, ସମ୍ପର୍କ, ମନର ବିଶ୍ଵାସ
ଅବିଶ୍ୱାସ ପୂର୍ଣ୍ଣ ବିଷ ଛଳକୁ ,
ମମତା ବନ୍ଧନ ସ୍ନେହ ପ୍ରତିଦାନ
ଭାଙ୍ଗିଦିଏ ସବୁ ମନ ବଳକୁ ।