STORYMIRROR

DILIP KUMAR SAHOO

Romance

2  

DILIP KUMAR SAHOO

Romance

ରେଡ୍ ଜୋନ୍ କନିଆ ଗ୍ରୀନ୍ ଜୋନ୍ ବର

ରେଡ୍ ଜୋନ୍ କନିଆ ଗ୍ରୀନ୍ ଜୋନ୍ ବର

1 min
99

  ରେଡ୍ ଜୋନ୍ କନିଆକୁ

  ଗ୍ରୀନ୍ ଜୋନ୍ ବର

  ଅରେଞ୍ଜ ଜୋନ୍ ମନ୍ଦିରରେ

  ହେଲା ବାହାଘର ..

  

  ଇଏ ତାକୁ ସିଏ ତାକୁ ଦେଇ ଥିଲା ମନ

  ଲକ୍ ଡାଉନ୍ ଦୁହିଁଙ୍କୁ ତ କଲା ହୀନିମାନ

  ସହି ହେଲା ନାହିଁ ଆଉ ବିରହ ବେଦନା

  କୋରୋନା କୋପଠୁ ବେଶି ମନର ଯାତନା

  ମନ୍ଦିରରେ ଦୁହେଁ ଯାଇ ହୋଇଲେ ହାଜର

  କଟକଣା ମାନିଲାନି ପ୍ରେମର ଯୁଆର.

   

  ଦୁଇଗଜ ଦୂରତାରେ ବସି ରହି ନନା

  ହାତଗଣ୍ଠି ପାଇଁ ସିଏ କରିଦେଲେ ମନା

  ଦିହେଁ ଦୁହିଁଙ୍କ ଗଳାରେ ଫୁଲମାଳ ଦେଇ

  ସାଥୀ ହେଲେ ଇହକାଳ ପରକାଳ ପାଇଁ

  ପୁଅ ନାଇଦେଲା ଝିଅ ସିନ୍ଥିରେ ସିନ୍ଦୂର

  ଶଙ୍ଖା ସିନ୍ଦୂର ନାଇ ଝିଅ ଦିଶିଲା ସୁନ୍ଦର

  ଦିଅଁଙ୍କୁ ତ ସାକ୍ଷୀ ରଖି ଗଢିଲେ ସ°ସାର..


  


   ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance