STORYMIRROR

Kabiratna Nutan Kumar Behera

Tragedy Action

4  

Kabiratna Nutan Kumar Behera

Tragedy Action

ରାସ୍ତା

ରାସ୍ତା

1 min
222

ଏଠି ଚାରିଆଡ଼େ ଲମ୍ବିଛି ଯେତେ ରାସ୍ତା

କ୍ବଚିତ ସରଳ ସମତଳ ଆଗକୁ ସିଧା ସିଧା

ଅର୍ଦ୍ଧାଧିକରୁ ବେଶି ଅଙ୍କାବଙ୍କା ଟଙ୍କା

ଲାଗେ ଜଟିଳ ଶଂଙ୍କୁଳ ଚାଲିବାକୁ ଏକା 

ଜୀବନ ଯାତ୍ରା ହୁଏନା ସୁଗମ ଆସେ ବାଧା

ସବୁ ସ୍ବାର୍ଥର ଗଣ୍ଠିରେ ଛନ୍ଦାଛନ୍ଦି

ଚାଲିବାକୁ ସେ ରାସ୍ତାରେ ସାଥୀ ହୋଇ

ତୁମ ସାଥେ ଗଢି଼ବାକୁ ହୁଏ ମିଛ ସମ୍ପର୍କ

ବୁଝାମଣାର ସହିତ କରି ମଧୁର ସନ୍ଧି

ଜୀବନର କିଛି ଅଦମିତ କାମନାକୁ ଇପ୍ସି

ତୁମର ମୋର ହୁଏ ଯେବେ ଯୁଗଳବନ୍ଦୀ

ମୋ ସ୍ବାର୍ଥ କିଛି ତୁମର ମଧ୍ୟ କିଛି କିଛି

ମେଳ କରିଥାଉ ନେଇ ଦୃଢ଼ ନିଷ୍ପତ୍ତି

ମୁଁ କଲେ କିଛି ତ୍ୟାଗ ତୁମେ ବି କର

ସବୁ ତ ଚାଲେ ବିନିମୟରେ ପରସ୍ପରର

ଏଇ ତ ପ୍ରେମ ଭଲ ପାଇବାର ଦୁନିଆଁ ନୀତି

ତଥାପି ଆମ ମଧ୍ୟେ ଊଣା ହେଲେ କିଞ୍ଚିତ

ବିରକ୍ତିରେ ଆସେ ଅଭିଯୋଗ ଆପତ୍ତି

ଉଠେ ପାଚେରୀ ବନ୍ଦ ହୁଏ ଫାଟକ

ଚାଲୁଥିବାର ଖୋଲା ରାସ୍ତା ହୋଇଯାଏ ବନ୍ଦ

ଅତୀତ ନିଏ ସମାଧି ଭବିଷ୍ୟତ ହୁଏ ବନ୍ଦୀ

ଭୁଲ୍ ଠିକ୍ ର ଦ୍ବନ୍ଦ୍ବ ମଧ୍ୟରେ ହୁଏନା ବାଛି

ଶତ୍ରୁତା ଭୁଲି ପୁନଶ୍ଚ ବନ୍ଧୁତା ପାରୁନା ସ୍ଥାପି

ଏମିତି ଏକ ପ୍ରବାହିତ ସମୟ ସ୍ରୋତରେ

ମୁଁ ତୁମେ ଦୁହେଁ ସେ ସୁଅରେ ଏକ ଏକ

ଅସ୍ତିତ୍ଵ ନଥିବା ଶୁଖିଲା ପତ୍ର ସମ ଭାସମାନ

ସ୍ଵାର୍ଥର ଭଉଁରୀ କେଉଁଠି ବୁଡାଏ

କେଉଁଠି ପୁଣି ଜୁଆରରେ ନେଇ ଦିଏ ଯୋଡ଼ି 

ଉଭୟେ ହୋଇ ପଡୁ ନିୟନ୍ତ୍ରଣ ହୀନ

କୂଳରେ ଲାଗୁ କି ନ ଲାଗୁ ଜୀବନ ଭେଳା

କେହି ତ ପାରୁନୁ ନିଜକୁ ନିଜେ ସଜାଡ଼ି

କେବଳ ଅନୁତାପ କରି ଚାଲୁ ମନ ଭିତରେ

ଅବଶୋଷ ରଖି ମୋହ ଆଉ କୋହରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy