STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ରାକ୍ଷୀ

ରାକ୍ଷୀ

1 min
143

ରାକ୍ଷୀ ଟିଏ ପିନ୍ଧିଥିଲେ 

କାଇଁ ଲାଗେ ଏମିତି

ଧାରା ଶ୍ରାବଣ ଫୁଲମତି 

ଚୈତାଳୀ ବା' ଯେମିତି

କସ୍ତୁରୀ କସ୍ତୁରୀ ମନ ହୁଏ 

କାହିଁ ଏମିତି

ଚନ୍ଦନ ଅଗରୁ ବାସ୍ନା

ଦେହ ସାରା ଯେମିତି

ଶ୍ରାବଣୀ କନ୍ୟା ଭଉଣୀ 

ପୂଜେ ଭାଇ ଗଉନ୍ତି

ସେମିତି ଲାଗେକି ଗୋମାତାଙ୍କୁ 

ବରଷକେ ଏମିତି

ପିଠାପଣା କ୍ଷୀରି ପୁରୀ ସୁଆଦଠୁ 

ଭାଈ ଭଉଣୀ ପ୍ରୀତି

ଜଣେ ରକ୍ଷା କବଚ ଅନ୍ୟ ମାଗେ 

ଭାଇ ପାଇଁ ଆଶିଷ ନିତି

ପର ଝିଅ ଘରେ ବୋହୂ ହେଲା 

ପରେ ଯେମିତି 

ନଭାଙ୍ଗୁ ଭାଇ ଭଉଣୀ ସ୍ନେହ 

ନହେଉ ଇତି

ସଭିଙ୍କର ଭାଇ ଅଛି ଯାର ନାହିଁ 

ହିଂସା ଦ୍ୱେଷ କରନାହିଁ

ଅଢେଇ ଦିନ ଜୀବନ ଦେଖାଉ 

ଶିଖାଉ ଭଲ ସଂସ୍କୃତି

ଭାଇ ପାଇଁ ଭଉଣୀ ଓ 

ଭଉଣୀ ପାଇଁ ଭାଇ ଚିରସାଥୀ

ଆପଣା ପଣରେ ରହୁ ଶ୍ରଦ୍ଧା

ଥାଉ ଯିଏ ଯେମିତି

ହୃଦୟରେ ଫୁଟୁ ଫୁଲ ଦୁହିଁଙ୍କର 

ଦୁହିଁଙ୍କ ପ୍ରତି ନିତି

ସବୁ ସୁନେଲି ସକାଳ ଲାଗୁଥାଉ 

ବୃନ୍ଦାବନ ମଥୁରା ଯେମିତି

ବାପା ମାଆ ଚାଲିଯିବେ 

ଭାଇଭଉଣୀ ଥିବେ କୁଳ ସମ୍ପତ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract