Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

ରାକ୍ଷୀ

ରାକ୍ଷୀ

1 min
145



ସୂତା ଖିଅଟିରେ ଗୁନ୍ଥା ହୋଇ ଥାଏ ଅତିଯତନରେ, 

ରଙ୍ଗ ବେରଙ୍ଗର ପୁନ୍ତି, ତୁଳା, ଚମକୁଥିବା ଜିନିଷ ।

ଗୋଲାପ, ରଜନୀଗନ୍ଧା ପରି ନାନା ଜାତି ଫୁଲରେ,

ପତ୍ରଟିଏ ଦେଇ ସଜା ହୋଇଥାଏ ଭଳିକି ଭଳି ।

ପୁଣି ସୁନା, ରୂପା ପରି ଚିକ୍ ମିକ୍ କରୁଥିବା ଚେନ୍,

ଏବେ ଭାଇ ମାନଙ୍କ ହାତରେ ଶୋଭା ପାଇଲାଣି ।


ଏସବୁ ଜିନିଷର ବ୍ୟବହାର କରି କାରିଗର ମାନେ,

ସୁନ୍ଦର ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ।

ନାଁ କୁ ମାତ୍ର ଏ ରାକ୍ଷୀଟିଏ ପରିଚୟ ପାଇଥାଏ,

ପ୍ରକୃତରେ ଅନାବିଳ ସ୍ନେହ, ଶ୍ରଦ୍ଧା, ପ୍ରେମର ପ୍ରତିକ

ହେଉଛି ଭାଇ ପାଇଁ ଭଉଣୀର ରାକ୍ଷୀ ।


ସୁଖରେ ଦୁଃଖରେ ଭଉଣୀ ପାଖରେ ଠିଆ ହେବା

ହେଉଛି ଭାଇର କର୍ତ୍ତବ୍ୟ ।

ପ୍ରତି ବରଷକୁ ଥରେ ମନେ ପକାଇ ଦେବା ପାଇଁ

ଶ୍ରାବଣ ପୂର୍ଣ୍ଣିମା ତିଥି ବଳଦେବଙ୍କ ଜନ୍ମ ଦିବସରେ,

ଏହି ପରବ ପାଳନ କରାଯାଇଥାଏ ।


ରାକ୍ଷୀ" ଭାଇ ଭଉଣୀର ସମ୍ପର୍କରେ ଗଙ୍ଗା ହୋଇ

ସମସ୍ତଙ୍କ ଜୀବନରେ ପବିତ୍ରତା ଭରି ଦେଉ ।

ତିଳେ ହେଲେ କାହିଁ ନିଜ ସ୍ବାର୍ଥ ପାଇଁ କେବେ

ଭଉଣୀଟିଏ ବଳି ନପଡ଼ି ସଂସାର ଉଜ୍ଜଳ କରୁ ।

ଏହାହିଁ ହେଉଛି ସମସ୍ତଙ୍କ ପାଇଁ ଏ ରାକ୍ଷୀରେ

ଦିନହୀନ ଜନ ଅକ୍ଷୟ ବଚ଼ନ ।



Rate this content
Log in

Similar oriya poem from Classics