STORYMIRROR

Shailaja Priyadarshini

Classics Fantasy

4  

Shailaja Priyadarshini

Classics Fantasy

ପୁରୁଣା ଗୀତ

ପୁରୁଣା ଗୀତ

1 min
353

ଯେତେ ନୂଆ ଗୀତ ଶୁଣିଲେ ବି ମୋର

ହେଉ ନାହିଁ ମନ ଛୁଆଁ

ପୁରୁଣା ଗୀତ ଶୁଣିଲେ ବି ଆଜି

ଲାଗେ ମୋତେ ନୂଆ ନୂଆ ।


ପୁରୁଣା ସଙ୍ଗିତଜ୍ଞଙ୍କ ସ୍ୱର କେତେ ଯେ ସୁରିଲା

ଗୀତ କି ମଧୁର ଆହା 

ଶୁଣେ ଯେତେ ଯେତେ ଇଚ୍ଛା ହୁଏ ସେତେ

ଶୁଣିବାକୁ ପୁଣି ତାହା ।


ସେ ଗୀତ ର ମଜା

ଛାତିରେ ଜଳାଏ ନିଆଁ

ପୁରୁଣା ଗୀତ ଶୁଣିଲେ ବି ଆଜି

ଲାଗେ ମୋତେ ନୂଆ ନୂଆ ।


ଗୀତର ସାଧନାରେ ନାହିଁ ତ ତୁଳନା

କେତେ ସେତ ମନ ଜିଣା

ସ୍ୱର ତାଳ ଲୟ

କେଉଁଥିରେ ନୁହେଁ ଊଣା ।


ଜାଣି ମୁଁ ପାରେନି ପୁରୁଣା ଗୀତ ଶୁଣି

ଆନମନା ହୁଏ କିଆଁ

ପୁରୁଣା ଗୀତ ଶୁଣିଲେ ବି ଆଜି

ଲାଗେ ମୋତେ ନୂଆ ନୂଆ ।


Rate this content
Log in

Similar oriya poem from Classics