STORYMIRROR

Shailaja Priyadarshini

Fantasy Inspirational Others

3  

Shailaja Priyadarshini

Fantasy Inspirational Others

ପ୍ରକୃତି ମାଆ

ପ୍ରକୃତି ମାଆ

1 min
145

ପ୍ରକୃତି ମାଆ ଲୋ ପ୍ରକୃତି ମାଆ

ତତେ କୋଟି କୋଟି ପ୍ରଣାମ

ତୋହରି ସନ୍ତାନ ଆମେ ରେ

ତୁ ଯେ ଜନ୍ମଦାତ୍ରୀ ଆମର

ସବୁ ଅଳୀ ଅର୍ଦ୍ଦଳି ସହୁ ଯେ ଆମର

ତତେ ଶତ ଶତ ନମନ

ତ୍ୟାଗ ର ମୂର୍ତ୍ତି ତୁ

ସହନଶୀଳତା ର ଦେବୀ

ନ୍ୟାୟର ମୂର୍ତ୍ତି ତୁ 

ସ୍ବଭାବ ରେ ଧୀର

ଆମ ପାଇଁ ଯେ କେତେ କଷ୍ଟ ସହୁ

କେବେ କିଛି ଖୋଲି କହୁନା

ମଣିଷ ସମାଜ ଯେତେ କଷ୍ଟ ଦଉ

ସନ୍ତାନ ଭାବି ସବୁ ଦୁଃଖକଷ୍ଟ ସହୁ 

ସୃଷ୍ଟି ର ଜନନୀ ତୁ

ପାଳନକାରୀ ବି ତୁ

ତ୍ୟାଗ,ସହନଶୀଳତା ସବୁଥିରେ ତୁ

ଦେବୀ ପ୍ରତିମା ଟିଏ

ତୁହି ଜନ୍ମଦାତ୍ରୀ 

ତୁହି ଲାଳନପାଳନ କର୍ତି

ସନ୍ତାନ ର ଲାଳନ ପାଳନେ

କେବେ କିଛି ଉଣ କରୁନା

ସନ୍ତାନ ଠାରୁ ତୁ 

କେବେ କିଛି ବି ଆଶା କରୁନା

ମାଆ ବୋଲି ତୁ ସବୁ କଷ୍ଟ ସହୁ

ସନ୍ତାନ କୁ ଦୁଃଖ ଦଉନା

ସନ୍ତାନ ର ମଙ୍ଗଳ ମନାସି

ଘଣ୍ଟ ଘୋଡେ଼ଇ ରଖିଥାଉ ତୁ 

ଜନ୍ମଦାତ୍ରୀ ତତେ 

କୋଟି କୋଟି ପ୍ରଣାମ।


Rate this content
Log in

Similar oriya poem from Fantasy