STORYMIRROR

Shailaja Priyadarshini

Classics Inspirational

4  

Shailaja Priyadarshini

Classics Inspirational

ଓଡ଼ିଶା ରାଇଜ

ଓଡ଼ିଶା ରାଇଜ

1 min
420

ଓଡ଼ିଶା ରାଇଜର ଜନମ ଦିନ

ସରବେ କରିବା ଆସ ପାଳନ

ମନେ ପକାଇବା ପୂର୍ବ ପୁରୁଷଙ୍କୁ

ବଜାୟ ରଖିବା ଓଡ଼ିଆ ଜାତିକୁ।


ଆମ ମାତୃଭାଷା ଓଡ଼ିଆ ଜାଣ

ଭାରତ ଦେଶର ଏକ ଅଗ୍ରୀମ ରାଜ୍ୟ

ଆମ ପରିଚୟ ଭାଷା ପାଇଁକି

ଭାଷା ହଜିଗଲେ ଆମେ ଥିବା କି।


ଓଡିଆ ଆମର ଜନନୀ ଭାଷା

ଓଡ଼ିଆ ଜାତି ଆମ ସାହା ଭରଷା

ଓଡିଶା ମାଟିର ଆଶୀର୍ବାଦ ନେଇ

ଓଡ଼ିଆ ପଢିବା ଓଡ଼ିଆ ହୋଇ।


ଓଡ଼ିଶା ମାଟିର ଚରଣ ଧୋଇ

ଆଶୀର୍ବାଦ ନେବା ତା'ର ବନ୍ଦନା ଗାଇ 

ଓଡ଼ିଶା ମାଟି ତୋତେ କୋଟି ଜୁହାର

ଉଣା କରିବୁନି ଆଶିଷ ତୋର।


ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ର ଓଡ଼ିଶା ମାଟିରେ

ଜନମି ଥିଲେ ଜୟୀ ରାଜଗୁରୁ ଆଉ

ସୁବାଷ ବୋଷଙ୍କ ପରି ସୁଯୋଗ୍ୟ ସନ୍ତାନ

ଦେଶ ପାଇଁ ଦେଇଥିଲେ ନିଜ ଜୀବନକୁ ବଳି।


ବନ ଗିରି ନଈ ପାଣି ପବନ

କ୍ଷେତ ଫସଲର ସମସ୍ତ ଶସ୍ୟ

ସବୁ ତାହାରି ଦାନ

ଫୁଟେଇଛି ସଭିଙ୍କ ମୁହଁରେ ହସ।


ଶ୍ରୀକ୍ଷେତ୍ର ସହର ପୁରୀ

ମନ୍ଦାର ମାଳିନୀ ସହର ଭୁବନେଶ୍ୱର

ଯାଜପୁର ମାଆ ବିରଜା

ନାମ ବଢ଼ାଇଛି ଓଡ଼ିଶା ମାଟିର।


କେତେ ଯେ ଓଡ଼ିଆ ନାମ ରଚୁଛନ୍ତି

କ୍ରୀଡା, ଅଲିମ୍ପିଆଡ୍ ପରି ସବୁ ଜଗତରେ

ଓଡିଆ ସନ୍ତାନ ଜାଗ୍ରତ ହୁଅ

ଓଡ଼ିଆ ଜାତିର ନାମ ବଢ଼ାଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics