STORYMIRROR

Shailaja Priyadarshini

Tragedy Fantasy Inspirational

3  

Shailaja Priyadarshini

Tragedy Fantasy Inspirational

ଫୁଲ

ଫୁଲ

1 min
200

ଫୁଲର ସୁଗନ୍ଧେ

ବିମୋହିତ ଭଅଁର..

ଫୁଲର ସୁବାସ

ଭରିଦିଏ ନୂଆ ଆକର୍ଷଣ..

ନାନା ରକମର ରଙ୍ଗ ଯେ ତାହାର

ଆଖି ଦେଖି ଲାଖିଯାଏ..

କୋମଳ ହୃଦୟ ସ୍ୱଭାବରେ ଧୀର

ପୂଜା ପାଏ ସାରା ସଂସାରେ..

ମିଠା ମିଠା ବାସ୍ନା

ମହକେ ଚାରିଆଡ଼େ..

ଦେଖିବାକୁ ହୁଏ ଇଚ୍ଛା

ନ ଯିବାକୁ ଦୂରେ..

ଗାଁ ହେଉ କି ସହର 

ପରକୁ କରେ ଆପଣା..

ଦୁନିଆଯାକରେ ଶୋଭା ପାଏ ସିଏ

କେତେ ଶାନ୍ତ କେତେ ମଧୁର..

ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ

ଚାରିଆଡ଼େ ତା'ର ଚର୍ଚ୍ଚା..

ବିଭିନ୍ନ ରଙ୍ଗର ଦେହ ଯେ ତାହାର

ମନଟି ତା'ର ପବିତ୍ର..

ରୂପରେ, ଗୁଣରେ ସେ 

ସବୁଠୁ ସୁନ୍ଦର..

ହୃଦୟକୁ ସିଏ କରିନିଏ

ଅତି ନିଜର..

ମଣିଷ ସମାଜ ଶିକ୍ଷା କର

ତାର ସବୁ ଭଲ ଗୁଣକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy