ତମ ଚିଠି ପଢି ଗଲି ଯେବେ ଥକି
ତମେ କି ସେଥିରୁ ବୁଝିଥିବ
ତୁମ ଚିଠି ଯଦି ମୋ ଠିକଣାରୁ ଯାଇ
ଆଉ କା ଠିକଣା ଖୋଜୁଥିବ
ବୁଝିବାକୁ କିଛି ବାକି ନାହିଁ କୋଠଘରେ
ଆଖି ତଳେ ଆଉ କିଏ ରହିଥିବ
ଯାହା ଆଖି ଲାଖି ଲେଖି ଦେଇ କାନ୍ଥେ
ପ୍ରଗ୍ଲଭା ବୋଲି ଜଣେ କିଏ ଥିବ
ତୁ ମୁଁ ସେ ସେମାନେ ମରିବା ଦିନେ
ତଥାପି ପବନ କହୁଥିବ
ଏଇ ସହରରେ ସହକାରେ ଥରେ
ଆଉ କୋଉ ଜନ୍ମେ ଦେଖା ହେବ
ତୁମେ ଯିବ ଚାଲି ମୁଁ ଯିବି ଭୁଲି
ପୁରୁଣା ସ୍ମୃତି ପାଉଁଶ ହେବ
ବିଚରା ଚିଠିର ଅତର ଗନ୍ଧରେ
ଆଉ ଥରେ କିଏ ଜନ୍ମ ନେବ
ଅବୁଝା କଥାକୁ ବୁଝିବାକୁ ଲୋଡ଼ା ପଣ
କିଏ ଆଉ କୁହ ଖୋଜିଦେବ
ଦୁହେଁ ଦୁହିଁଙ୍କର କରି କାଚଘର
ସଂଳାପ ଲେଖିଲେ କି ଲାଭ ହେବ
ପୁରୁଣା ଚିଠିର ମିଠା ମିଠା କଥା
ଆଉ କାହା ପାଇଁ ବୋଧ ଦେବ
ଭାଗ୍ୟ ଫଳ ସେତ ଆରବ୍ଧ ବିରୋଧ
ପ୍ରାରବ୍ଧ ରେ ବୋଧେ ଶେଷ ହେବ