STORYMIRROR

Zeetu Bagarty

Tragedy Others

3  

Zeetu Bagarty

Tragedy Others

ପୁଓ ମୋର ଚାକରି କରୁଛେ

ପୁଓ ମୋର ଚାକରି କରୁଛେ

1 min
240

ବାଟ ନାଇଁ ଘାଟ ନାଇଁ

ଜୀବନ କେ ତାର୍ ଆସ ନାଇଁ

ଗୁଡେ଼୍ ନିଇଁ ନ ଚପଲ

ହାତେ ଠେଙ୍ଗା ଧରିଛେ

କେଭେ ଆସବା ବଲି

ପୁଓର୍ ବାଟ କେ 

ଦିନ ରାଏତ୍ ଯୁଗୀ ବସିଛେ...


ନିଜର ଲୋକ ନିଜର ଏକା 

ପରର ଲୋକ ମୁହୂଉଁ ଦେଖା

ପୁଓ ଟା ରହେଲା ଦୂରେ 

କିଏ ଆଉ ଖାଏବାର କେ ଦେବା

ଫିର ଭି ଜୀବନ ସାଙ୍ଗେ ମାଡ୍ ଲାଗୁଛେ

ଆଉ କହୁଛେ 

ପୁଓ ମୋର ବିଦେଶ ରେ ଚାକରି କରୁଛେ ....


ନିଜର ବଲି ନାଇନ୍ ଖୁସି 

ପୁଓର ଖୁସି ନେ ତ ତାର୍ ଖୁସି

ଆଏ ତାର୍ ଫଟା କପାଲ

ପୁଓ ରହୁଛେ ସହରେ 

ହେଲେ ମୋର କଥା

ପୁଓ କାଏ ବୁଝି ପାରୁଛେ ...


କାଏଁ ବର୍ଷା କାଏଁ ଖରା

ପୁଓ କେ କରର୍ସି ଠରା ନରା

ପୁଓ ତ ପୁଓ ଆଏ

ମାଆ କାଣା ପୁଅ କେ ଭୁଲବା 

ପୁଓ ସିନା ମାଆ କେ ଭୁଲି ଯାଉଛେ 

ପୁଓ ତ ସରକାରୀ ଚାକରି କରୁଛେ...


ଯେ ତାକେ ଜନମ ଦେଲା

ଅଲି ଅରର୍ଦଲି ସହି ବଡ଼ କଲା

ଋଣ କରି ପାଠ ପଢ଼ାଲା

ସେ ପୁଓ ଆଜି ମାଆ କେ ମୂରୁଖ ବଲି କହୁଛେ 

ହେଲେ ମନର ଦୁଖ୍ କେ କିଏ ବୁଝୁଛେ

ଫିର ଭି ମାଆ ଖୁସ ଅଛେ 

କାଏଁ ଯେ କି 

ପୁଓ ତାର୍ ଚାକରି କରୁଛେ,

ହାଁ ପୁଓ ତାର୍ ଚାକରି କରୁଛେ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy