ଚାଷୀ
ଚାଷୀ
ବାହା ହେବି ବୋଲି ଝିଅ ଖୋଜି ଖୋଜି ,
ବୟସ ହେଲା ମୋ ଚାଳିଶି ।
ଝିଅ ଦେବା ପାଇଁ ମନା କରୁଛନ୍ତି ।
ନାହିଁ ମୋ ପାଖେ ଗମେଣ୍ଟ ସର୍ଭିସ
ଭଲ ପାଇ କରି ବାହା ହୋଇଯିବା ,
ଆସୁନାହିଁ ମୋତେ ଈଶ୍ବର ।
ଏମିତି ଜୀବନ ଦେଇଛ ପ୍ରଭୁହେ ,
କେମିତି ଗଢିବି ସଂସାର ।
ଚାଷ କାମ କରି ପେଟ ପୋଷେ ବୋଲି ,
ସଭିଏଁ ହୁଅନ୍ତି ଆନନ୍ଦ ।
ଝିଅ ମାଆ କହେ ମୋତେ ବେକାରିଆ
ଝିଅର ନୁହେଁ ମୁଁ ପସନ୍ଦ ।
ପୈତୃକ ସମ୍ପତ୍ତା ନାହିଁ ବୋଲି ମୋର ,
ଝିଅ ବାପା ମନା କରୁଛି ।
ଭାଇ ତାର କହେ ମଫସଲିଆଟା
ନିଇତି ଜମିରେ ଖଟୁଛି ।
କର୍ମ ଭଗବାନ କର୍ମ କରିଚାଲ ତୁମେ
ପରା ପ୍ରଭୁ କହିଛି ।
ଚାଷକାମ କଲେ ଝିଅ ମିଳେନାହିଁ
କେଉଁ ପୁରାଣରେ ଲେଖୁଛି ।
ଚାଷୀମାନେ ଚାଷ କରୁଛନ୍ତି ବୋଲି ,
ଜୀବିତ ରହିଛି ସଂସାର ।
ସେମାନଙ୍କ ପାଇଁ ଝିଅ ମିଳେନାହିଁ
ଏକି ପ୍ରଭୁ ତୁମ ବିଚାର ।
