ପ୍ରତିଜ୍ଞା ଦିବସ ପାଇଁ ପଦେ
ପ୍ରତିଜ୍ଞା ଦିବସ ପାଇଁ ପଦେ
ପ୍ରେମ ତୋ ଶାଶ୍ୱତ
ପ୍ରେମ ତୋ ପବିତ୍ର
ପ୍ରେମ ତୋ ଅନାବିଳ ସମ୍ପର୍କ
ପ୍ରେମ ହିଁ ବିଶ୍ୱାସ
ପ୍ରେମ ହିଁ ଭରସା
ପ୍ରେମର ନାହିଁ ତର୍କ ବିତର୍କ |
ପ୍ରେମ ଈଶ୍ୱରୀୟ
ପ୍ରେମ କୃଷ୍ଣମୟ
ପ୍ରେମ ରାଧାରାଣୀ କୁଞ୍ଜବନ
ପ୍ରେମ ମଧୁବନ
ପ୍ରେମ କଦମ୍ବ ବନ
ପ୍ରେମ ହିଁ ପରମ ଚିରନ୍ତନ |
ପ୍ରେମରେ ପ୍ରତିଜ୍ଞା
ପ୍ରେମରେ କିରିଆ
ପ୍ରେମରେ ନାହିଁ ରାଣ ନିୟମ
ପ୍ରେମରେ ସନ୍ଦେହ
ପ୍ରେମରେ କଳହ
ପ୍ରେମ ଚାହେଁନି ଗୀତା ଶରଣ |
ଆଜିର ଦିବସ
ପ୍ରେମର ଶପଥ
ଅବିଶ୍ୱାସ ଯହିଁ ଆବିଷ୍କାର
ସତ୍ୟ ପ୍ରେମ ଯହିଁ
ପରମାତ୍ମା ତହିଁ
ସେ ଅଟଇ ସାକ୍ଷାତ ଈଶ୍ୱର |