Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Inspirational

3  

Pramila Mohanty

Inspirational

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
317


ହେମନ୍ତର ମୁକ୍ତା ଭରା

ସୁବର୍ଣ୍ଣ ମାଳରେ ଏ ଧରା

ଚହଟି ଉଠେ ଠିକ୍ ସେ ସମୟରେ

ହିନ୍ଦୁ ପରମ୍ପରା ଅନୁଯାୟୀ

ପ୍ରଥମାଷ୍ଟମୀ ପର୍ବ ପୁରପଲ୍ଲୀରେ

ପାଳିତ ହୋଇ ଗୁଞରୀ ଉଠେ ।

ପ୍ରଥାମାଷ୍ଟମୀ ଦିନ ପ୍ରତିଘରେ

ସେ ଦିନ ପୁରଦିଆ ଏଣ୍ଡୁରି ପିଠା

ହଳଦୀ ପତ୍ରରେ ସିଝା ଯାଇ

ଘରର ଜ୍ୟୋଷ୍ଠ ପୁଅଝିଅଙ୍କୁ

ନୂଆ ପୋଷାକ ପିନ୍ଧାଇ

ଚନ୍ଦନ ଟିକା ମୁଣ୍ଡରେ ଲଗାଇ

ପିଠାପଣା ବାଢି 

ପୂଜା କରାଯାଏ ।

ଝିଅ ବୋହୁମାନେ ସେଦିନ

ପୂଜା ପିଠା ଖାଆନ୍ତି

ମନ ଆନନ୍ଦରେ ବୁଲନ୍ତି

ପିଠା ବାଣ୍ଟନ୍ତି ମହାଲକ୍ଷ୍ମୀଙ୍କୁ

ସେ ଦିନ ପିଠା ପୂଜା କରାଯାଏ

ଏବଂ ଗେଣ୍ଡୁଫୁଲ ପୂଜା କରାଯାଏ ।

ଏହା ଏକ ଭିନ୍ନ ଧରଣର

କୃଷି ଭିତ୍ତିକ ପର୍ବ ବିଲର

ନୂଆ ଧାନରୁ ଚାଉଳକରି

ତାକୁ ବତୁରାଇ ମଣ୍ଡା ପୂଜା କରାଯାଏ

ମାଣରେ ଅଡାରେ ଝୋଟି ଚିତାକାଟି

ପୂଜା କରାଯାଏ ।


Rate this content
Log in