STORYMIRROR

Gunanidhi Samal

Tragedy

3  

Gunanidhi Samal

Tragedy

ପ୍ରତାରଣା

ପ୍ରତାରଣା

1 min
198

ରାତି କୁ' ନିଅଣ୍ଟ ଯାହାଥିଲା କଣ୍ଟ

ଆଖିକୁ ନିଅଣ୍ଟ ନିଦ

କି' ଥିଲା ନିଅଣ୍ଟ କହି ଚୋର,ଖଣ୍ଟ

ଦେଲ ଏତେ ଅପବାଦ,

ପାଇଥିଲି ପ୍ରୀତି କି' ଦିନ କି' ରାତି

ସୁନାନାକୀ ଚମ୍ପା ଗୋରୀ

ଗୋଧୂଳି ଲଗନେ ଆଡ଼ ନୟନରେ

କରିଥିଲା ମନ ଚୋରି,

ଏବେ ଯଦି ସିଏ ବାଟ ଭୁଲିଯାଏ

କା'ସାଥେ କରିବି ବାଦ....

ରାତିକୁ ନିଅଣ୍ଟ ଯାହାଥିଲା.........।

ପାଇବିକି ଖୋଜି ଯାହାଗଲା ହଜି

ସମୟ ନଈ'ର ଧାରେ

ବାହୁଛି ନଉକା ଆଜି ଏକା ଏକା

ଜୀବନ ଯମୁନା ତୀରେ,

ମୋତେନାହିଁ ଜଣା ତାହାର ଠିକଣା

କେଉଁଠି ଖୋଜିବି କେତେ

ସିଏ ଆସିବାର ପାଇଲେ ଖବର

ଜଣାଇବ କେହି ମୋତେ,

ତାକୁଥରେ ଦେଖି ବୁଜିଦେଲେ ଆଖି

ମନେ ନ'ରହିବ ଖେଦ......

ରାତିକୁ ନିଅଣ୍ଟ ଯାହାଥିଲା...........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy