STORYMIRROR

Raja Sekhar CH V

Romance

3  

Raja Sekhar CH V

Romance

ପ୍ରଣୟିନୀ

ପ୍ରଣୟିନୀ

1 min
245

ତୁମ ସ୍ମିତହାସ ଜଣାଏ ତୁମେ ସୁହାସିନୀ,

ତୁମ ଭାବ ଜଣାଏ ତୁମେ ପ୍ରେମ ବାହିନୀ,

କେବେ ହେବ ତୁମେ ମୋର ପ୍ରଣୟିନୀ,

ଆମ ଭିତରେ ରହୁ ଅନୁରାଗ ତରଙ୍ଗିନୀ ।୧।


ତୁମେ ହୋଇଛ ଅତ୍ୟନ୍ତ ମନମୋହିନୀ,

ରୂପରେଖ ପାଇଛ ଯେମିତି କାମିନୀ,

ଚମକ ପାଇଛ ଯେମିତି ସୌଦାମିନୀ,

ଚାରୁ ଚନ୍ଦ୍ର ଦେଇଛନ୍ତି ତୁମକୁ ଚାନ୍ଦିନୀ ।୨।


ତୁମେ ନୁହଁ କଦାପି ଅଭିମାନିନୀ,

ତୁମେ ହୋଇଛ ମୋର ମାନିନୀ,

ତୁମେ ହୁଅ ମୋ ମନର ବନ୍ଦିନୀ,

ମୁଗ୍ଧ କର ହୋଇ ମୋର ମାଳିନୀ ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance