Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Romance

3  

Akshayakumar Dash

Romance

ପ୍ରଣୟିନୀ

ପ୍ରଣୟିନୀ

1 min
179


ରକ୍ତ ମନ୍ଦାର ତୁମର ଅଧର

କିଆଁ କେତକିର ତନୁ

ଆମ୍ବ ବଉଳର କେଶବିନ୍ୟାସରେ

ଶାଢ଼ୀ ରଙ୍ଗ ଇନ୍ଦ୍ରଧନୁ ।

ସଦାବିହାରୀର ଟିକିଲି ମଥାରେ

ଭୃଳତା ଅପରାଜିତା

ଆଖି ତନ୍ଦ୍ରା ଭରା ନିଳକଇଁ ତଳେ

ଓଠରେ ତିଳ ଛିଟା ।

କପାଳପଲ୍ଲବ ଗାଲ ବି ଗୋଲାପ

ନାସା କନିଅର ଫୁଲ

ପଦୁଆଁ ମୁଖରେ ହସ ମଲ୍ଲୀ କଢି

ତୁଳନା ହେବନି ମୂଲ ।

ବେକରେ ନାଇଛ ଜୁଇ ଯାଇ ହେନା

ବକୁଳ ଫୁଲର ହାର 

ରଜନୀ ଗନ୍ଧାର ଦନ୍ତପନ୍ତି ଧାର

ମୁଚୁକୁନ୍ଦ ହସ ଗାର ।

ମାଳତୀ ଲତାର ଅଳତା ପାଦରେ

କରଂଜ ଫୁଲର ଗଭା

ପଲାସ ଫୁଲରେ ଓଢଣୀ ପକେଇ

ପ୍ରେମିକା ହୋଇଲେ ଉଭା ।

କାଗଜି ରଙ୍ଗର ଚାଦର ଉପରେ

ଆଦର କରିଲେ ମତେ

କୋଇଲି ତାନରେ ଫଗୁଣ ଗାନରେ

ପରାଣ କିଣିଲେ ସତେ ।


Rate this content
Log in