STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

ପ୍ରଣାମ ଭାରତଭୂମି

ପ୍ରଣାମ ଭାରତଭୂମି

1 min
417


ତୁମେ କେବଳ ଆଜି ନୁହେଁ

ସବୁବେଳେ ଥାଅ ଏ ମନରେ ପ୍ରାଣରେ

ହୃଦୟର ପ୍ରତି ସ୍ପନ୍ଦନ ରେ,

ତୁମେ ଅତୀତ ବର୍ତ୍ତମାନ ଓ ଭବିଷ୍ଯତ

ଶକ୍ତି ତୁମେ ଆଶିଷ ତୁମେ ସ୍ନେହ ତୁମେ

ତୁମର କେବଳ ତିନିରଙ୍ଗ ନୁହେଁ

ସବୁରଙ୍ଗକୁ ଅଜସ୍ର ପ୍ରେମ ଏ ଅନ୍ତରେ,

ଅଜସ୍ର ସମ୍ମାନୀୟ ହେ ଭାରତଭୂମି

ତୁମେ ଆଉ କେହି ନୁହେଁ ମାଆ ମୋର

ଜୀବନକୁ ଜୀବନ୍ତ କରିଥିବା ପିତା

କୋଟି ପ୍ରଣାମ ହେ ତୁମ ଚରଣେ,

ସହସ୍ର ତ୍ୟାଗୀ, ସଂଗ୍ରାମୀଙ୍କ ସଂଘର୍ଷ

ତୁମକୁ ମୁକ୍ତ କରି ନୁଆ କିରଣ ଆଣିବା ପାଇଁ

ହେ ପୂଣ୍ୟଭୂମି ଦେବଭୂମି ସ୍ୱାଧୀନତା ପ୍ରାପ୍ତ

ପୁଣି ଫେରିବ ଭାରତବର୍ଷର ସ୍ୱର୍ଣ୍ଣିମ ଅତୀତ

ନତମସ୍ତକ ସଦା ସର୍ବଦା ତୁମ ପୟରେ।



Rate this content
Log in

Similar oriya poem from Inspirational