STORYMIRROR

Mamatamanjari Das

Tragedy

3  

Mamatamanjari Das

Tragedy

ପ୍ରମାଣ

ପ୍ରମାଣ

1 min
313

ବେଦୀ ମଣ୍ଡପରେ ଯଜ୍ଞ କୁଣ୍ଡ ସାକ୍ଷୀ

ସାକ୍ଷୀ ରଖି ସଙ୍ଖା ,ସିନ୍ଦୂର

ଯୌବନ ରୁ ଜରା ପାଦେ ପାଦ ଥୋଇ

ଚାଲିବାର ଥିଲା ଆମର ।

ସେଦିନ ମୋର ସବୁ ଅସମାପ୍ତ

କୁଆଁରୀ ଜୀବନର ସ୍ୱପ୍ନକୁ

ଆହୁତି ଦେଇଥିଲି ,

ସେଇ ପବିତ୍ର ହୋମାଗ୍ନି ରେ

ମଥାରେ ମୋ ସିନ୍ଦୂର ଭରି

କଥା ଦେଇଥିଲ ,ମୋ ଅପହଞ୍ଚ ସ୍ୱପ୍ନକୁ

ତୁମେ ସାକାର କରିବ ।

ପ୍ରିତୀ ପୂର୍ଣ୍ଣ ପ୍ରାଣକୁ ମୋ ସମର୍ପିଲି

ତୁମ ଚରଣରେ ,

ମନକୁ ମୋ ବାନ୍ଧିଦେଲି ତୁମସହ

ତୁମର ସେ ଅନ୍ତର ଆତ୍ମାରେ ।

ମୋ ଦେହର ରକ୍ତ ବର୍ଣ୍ଣାଳୀରେ

ଏବେବି ଧାବିତ ତୁମ ପାଦଚିହ୍ନ ...

ଏତେ ସବୁ ପରେ ବି

ତୁମ ଦୃଷ୍ଟିରେ ମୁଁ ଆଜି ଲାଞ୍ଛିତା

ଆଉ ଚରିତ୍ର ହୀନ ।

ତୁମକୁ ମୁଁ ମୋ ସତୀତ୍ୱର

ଆଉ ଅବା କି ପ୍ରମାଣ ଦେବି

ଏତିକି ପାରିବି ,,,,

ମୋ ଆତ୍ମାର ଆତ୍ମହତ୍ୟା କରି

ମୋ ହୃଦୟର ଶଦ୍ଦ କୋଷରୁ

ତୁମ ନାମ କାଟି ଦେଇ

ବାକି ଜୀବନ ଟା ଏକା ଏକା

ବଞ୍ଚିବା ଶିଖିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy