ପ୍ରକୃତିର ମୂଲ
ପ୍ରକୃତିର ମୂଲ
ଆ ରେ ସଙ୍ଗାତ ଦେଖାଇବି ତୋତେ,
ପ୍ରକୃତିର ନାନା ରୂପ ।
ଶୁଣିବୁ ତୁ ଆଜି କେତେ ନଦ ନଦୀ,
କେତେ ବନ ଗିରି ଗପ ।
ଗ୍ରୀଷ୍ମ ଦିନେ ତାର ଦେଖିବୁ ତାଣ୍ଡବ
ବରଷା ଦିନେ ତା ମଜା ।
ଶୀତ ଦିନେ ସେ ତ୍ ପଙ୍କ ଧରଣୀ
ବସନ୍ତ ରେ ସିଏ ରାଜା ।
ବକ୍ଷକୁ ଭରିଛି ଶସ୍ୟରେ ନିଜର,
ଲଙ୍ଗଳ ପ୍ରହାର ଖାଇ ।
ଗର୍ଭେ ସଞ୍ଚିତ କେତେ ଯେ ଖଣିଜ
ତାହାରି କଳନ ନାହିଁ ।
ସୂର୍ଣ୍ଣମୟୀ ଧାନ, ଗହମ, ବାଜରା
ସବୁତ ତାହାରି ଦାନ।
ବଞ୍ଚିବା ପାଇଁ ସେ ସବୁ ତ ଦେଇଛି
ବୁଝିଣ ସଭିଙ୍କ ମନ।
ତା ପାଣି ପବନେ,ତା ମାଟି ଗଗନେ
ଜୀବ ଜଗତ ଏ ଗଡ଼ା।
ଔିଷଧ ପତର ଦେଇଛି ଭରିଣ
ଯାହା ଯେତେ ଲୋଡା।
ପ୍ରକୃତି ତ ଦେବ, ପ୍ରକୃତି ଦଇବ
ମନୁଷ୍ୟ ଜାତି ଏ ମାନେ।
ଯତ୍ନରେ ରଖିବ, ତା ଦାନ ସବୁକୁ
ସେହି ତ ପରମ ଧନ।
ସବୁ ବିପଦକୁ ଟାଳି ଦିଅଇ ସେ
ହୋଇଣ ସୁରକ୍ଷା ଢାଲ।
ନା କେହି ସୁଝିଛି, ସୁଝି ପାରିବ ଏ
ପ୍ରକୃତି ମାଆର ମୂଲ ।
ପ୍ରକୃତି ମାଆର ମୂଲ।