STORYMIRROR

Kali Kumar

Abstract

2  

Kali Kumar

Abstract

ପରକୀୟା ପ୍ରୀତି 3

ପରକୀୟା ପ୍ରୀତି 3

1 min
465

ଶୁଣି ପତ୍ନୀଙ୍କ ସାଙ୍ଗ ମେଟର

ବିଚଳିତ ହେଲା ମନ ଭିତର

ରକତ ସବୁ ପାଣି ହୋଇଲା

ଦିହମୁଣ୍ଡରୁ ଗମ୍-ଗମ୍ ଝାଳ ବହିଲା


ମନେ ମନେ ମୁଁ ଭାଳି ହୋଇଲି

ସାଙ୍ଗ ଯଦି ଆମ ଘରେ ରହିବ

କଥାଟା ତ ବଡ଼ ଅଡ଼ୁଆ ହେବ,

ଏକଥା ଭାବି ମୁଣ୍ଡ ବିନ୍ଧିଲା

ପଚାରିଲି, "ପ୍ରିୟେ'

     ସାଙ୍ଗ କ'ଣ ରହିବେ ଏକେଲା


ହିଁ ରେ ମୋତେ ସେ ଉତ୍ତର ଦେଲା

ମୋ ବ୍ୟଥାକୁ କଣ ସିଏ ବୁଝିଲା

ସଂସାର ମୋର ଭାସି ତ ଗଲା

କାହିଁ ସେ ନିୟମ ଲିଗାଲ ହେଲା


ନିଜକୁ ନିଜେ କହି ମୁଁ ହେଲି

ତଡ଼ିବାକୁ ତାଙ୍କୁ ଉପାୟ ଖୋଜିଲି 

ଉପାୟ ତ କିଛି ମିଳିଲା ନାହିଁ

ଅନିଚ୍ଛାରେ ହିଁ କହିଲି ମୁହିଁ


ପତ୍ନୀ ମୋ କହିଲା,

କାହିଁକି ମିଛରେ ଏମିତି ହେଉଛ

ସଜ ମାଂସରେ ମାଛି ଖୋଜୁଛ

ବନ୍ଧୁ ନୁହେଁ ସେ, ବାନ୍ଧବୀ ମୋର

ଏଥର ମନୁ ସଙ୍କାକୁ ଦୂର ତ କର

ବାନ୍ଧବୀ

ବାନ୍ଧବୀ ଶୁଣି ମନେ, ଲଡୁ ଫୁଟିଲା

ଆଛେ ଦିନ୍ ବୋଧେ ଆସି ତ ଗଲା

ଘରେ ବସି ବସି କମ୍ପପନି ମିଳିବ

ତା' ମୁହଁ ଚାହିଁ, ଦିନ ଆରାମେ କାଟିବ


କହିଲି ପତ୍ନୀ ଗୋ ପାଖକୁ ଆସ

କୁହ ରୂପ କଥା ଆଉ ତାଙ୍କ

କିପରି ବେଶ


ମୋ କଥା ଶୁଣି ସେ ଛିଟିକି ଗଲା

ନିଃଲଜ୍ୟ- ବେହିୟା କେତେ ଗାଳିଲା

ଯେତେ ସବୁ ତୁମ ମରଦ ଜାତି

ତାଙ୍କର ଅଧିକ ପ୍ରିୟା ପୀରତି

ଆମକୁ ମିଛର ସନ୍-ଦେହ କରନ୍ତି

ନିଜ ଜାତି କଥା ନିଜେ ଠିକ୍ ଜାଣନ୍ତି


ତା' କଥା ଶୁଣି ଠୋ ଠୋ ହସିଲି

ତୁମ ସହ ଥଟ୍ଟା କରୁ ମୁଁ ଥିଲି

ସମ୍ପର୍କେ ବିଶ୍ୱାସ ରହିଛି ଯହିଁ

ନିୟମ କାନୁନ ଦରକାର ତ ନାହିଁ


ସରାଗେ କହିଲି, ପ୍ରିୟେ ଶୁଣ ମୋ କଥା 

କାହିଁକି କରୁଛ ମନକୁ ବ୍ୟଥା

ମୁଁ ତୁମ ସିଂହ 

ତୁମେ ମୋ ସିଂହବାହିନୀ

ଭାଙ୍ଗି ପାରିବନି ସମ୍ପର୍କ ଆମର 

ଏହି ମିଛ ଆଇନି

ଏହି ମିଛ ଆଇନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract